ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ଓ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା….

ବରଗଡ(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଯୋଗ ଦେଇ ଥିବାବେଳେ ଯୋଗେଶ୍ୱର ଶାସ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଥିଲେ।

ସର୍ବ ପ୍ରଥମେ ଗଙ୍ଗାଧର ଙ୍କ ଫଟୋ ଚିତ୍ର ରେ ଧୂପ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିବା ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗଙ୍ଗାଧର ମେହେର ଙ୍କ ସଙ୍ଗୀତ ଗାନ ପୂର୍ବକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ବିଦ୍ୟାଳୟ ର କୃତିତ୍ୱ ଅର୍ଜନ କରି ଥିବା ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ଶାସ୍ତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ।ପରି ଶେଷରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା ଧନ୍ୟବାଦ୍ ଅର୍ପଣ କରି ଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସକ୍ରିୟ ସହଯୋଗ ରହିଥିଲା।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଭାରତ ବନ୍ଦ....

Tue Aug 20 , 2024
ବାସ୍ତବ ବ୍ୟୁରୋ: ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଅଗଷ୍ଟ ୧ ରେ ସଂରକ୍ଷଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ସମସ୍ତ ରାଜ୍ୟକୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି / ଏସଟି) ରେ ଉପ ବର୍ଗ ସୃଷ୍ଟି କରିବାକୁ ଅନୁମତି ଦିଆଯାଇଥିଲା। ଅଦାଲତ କହିଥିଲେ ଯେ ସଂରକ୍ଷଣର ଲାଭ ପ୍ରଥମେ ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କୁ ଦିଆଯିବା ଉଚିତ୍। ଯାହା ପରେ ଏହି ନିଷ୍ପତ୍ତିକୁ ବିରୋଧ କରୁଛି […]

You May Like

Pin It on Pinterest