
ବରଗଡ଼୨୫.୮(ନବୀନ କୁମାର ଦାଶ):ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଧୁଛନ୍ଦା ସାହୁ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ।
ଏଥିରେ ସଂପାଦକ ଗୋବିନ୍ଦ ଦାଶ,ସଂଗଠନ ସଂପାଦକ କେଦାର ମିଶ୍ର,ଉପ ସଭାପତି ନିର୍ମଳ କିଶୋର କର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ଥିଲେ।ପରେ ପରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ରେ ସର୍ଦାର ପ୍ରୀତମ ସିଂ ଙ୍କ ସଂଯୋଜନା ରେ ଦାମୋଦର ସାହୁ, ବିରେନ୍ଦ୍ର ପ୍ରସାଦ ମିଶ୍ର,ଅଭିଜିତ ପ୍ରତିହାର, ତୁଳସୀ ଚରଣ ଦାଶ ମଞ୍ଚାସିନ ରହି ପ୍ରାୟ ୫୦ ଜଣ କବି କବୟିତ୍ରୀ ମାନଙ୍କୁ କବିତା ଆବୃତ୍ତି ପାଇଁ ଆମନ୍ତ୍ରଣ କରି ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
ଉଲ୍ଲେଖ ଯୋଗ୍ୟ ବରଗଡ଼ ମହିଳା ସମିତି ସଭାପତି ହରଜିନ୍ଦର କୌର ଓ ସମ୍ପାଦିକା ଇନ୍ଦ୍ରାଣୀ ଶତପଥି ଙ୍କ ସକ୍ରିୟ ସହଯୋଗ ତଥା ଅରବିନ୍ଦ ବିଶ୍ୱାସଙ୍କ ବଂଶୀ ବାଦନ ଓ ଖୁଶବୁ ଶର୍ମାଙ୍କ ସୁମଧୁର ଦୀପ ପ୍ରଜ୍ବଳନ ମନ୍ତ୍ର ଉତ୍ସବ କୁ ସଫଳ କରିବାରେ ଅଶେଷ ସାହାଯ୍ୟ କରିଥିଲା।ଶେଷରେ ଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ।