ନନ୍ଦୋତ୍ସବ ପାଇଁ ଉତ୍ସବମୁଖର କନ୍ତଲ ଗ୍ରାମ…

ବରଗଡ଼୨୭/୮(ନବୀନ ଦାଶ):ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଜନ୍ମାଷ୍ଟମୀ ଦେଶସାରା ପ୍ରବଳଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।ଆଜି ମଙ୍ଗଳବାର ନନ୍ଦୋତ୍ସବ।ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ଜିଲ୍ଲା ଅତାବିରା ବ୍ଲକର କନ୍ତଲ ଗ୍ରାମ। ଯାଦବ ବହୁଳ ଏହି ଅଞ୍ଚଳର ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଥାଏ।

ସୋମବାର ରାତିରେ କନ୍ତଲ ସ୍ଥିତ ରାଧାକୃଷ୍ନ ମନ୍ଦିରରେ ପାଳିତ ହୋଇଥିଲା ଜନ୍ମାଷ୍ଟମୀ ପର୍ବ ପରମ୍ପରା ଅନୁଯାୟୀ ଯାଦବ ରମଣୀମାନେ ବ୍ରତ ରଖି ରାଧାକୃଷ୍ନ ମନ୍ଦିରର
ଗର୍ଭଗୃହରେ କୃଷ୍ଣ ଜନ୍ମ ନୀତି ନିୟମରେ ସଂପାଦନ କରିଥିଲେ। କଳାକାର ଯୁଧିଷ୍ଠିର ଭୋଇ ଭାଗବତ ପାଠ କରିଥିଲେ । ମଙ୍ଗଳବାର କନ୍ତଲ ଗ୍ରାମରେ ଯାଦବ ପରିବାର ମାନଙ୍କ ରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନନ୍ଦରାଜା ଭାବେ ହିମାଂଶୁ ମହାକୁର ଓ ନନ୍ଦରାଣୀ ଭାବେ ଅନୀତା ମହାକୁର ଅଭିନୟ କରିଥିବା ବେଳେ ଏଥିରେ ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ନଚନ୍ଦ୍ର ସାଲମା,ସଂପାଦକ ସୁରେନ୍ଦ୍ର କଠାର,ମହନ କଠାର,ଗୋକୁଲ ଚିର୍ଗୁଣ,ଶ୍ରୀପତି ପୋଢ,ସୁରେନ୍ଦ୍ର ଭୋଇ,ଅଶୋକ ମହାକୁର,ସନ୍ୟାସୀ ଠେଲା,ବନମାଲୀ କଠାର,ରତ୍ନାକର ଭୋଇ,ଲଲିତ ଭୁଏ,କିଶୋର ଭୁଏ, ଜଗତ ଭୁଏ,ତହସିଲ ଭୁଏ, ରଜତ ଭୁଏ,ଖଗେଶ୍ବର ଭୁଏ,କବିରାଜ ଭୁଏ,ଲଲିତ ଭୁଏ,ଅର୍ଜୁନ ଭୋଇ, ଦାଶରଥି ରାଉତ,ନିରଜଂନ ମହାକୁର,ସୁବୋଧ ବାରିକ,ପୀତବାସ ସାହୁ,ଦେବରାଜ ବେହେରା,ନିତ୍ୟା ନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଏଥିରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।

ଏହି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।

ସେୟାର କରନ୍ତୁ

Next Post

ଅତାବିରା ରେ ବିଜୁ ଜନତା ଦଳ ର ଜନ ଜାଗରଣ ସମାବେଶ....

Wed Aug 28 , 2024
ବରଗଡ଼-୨୮/୮(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବିଜେଡି ସ୍ଥାନୀୟ ବ୍ଳକ ଅଫିସ ଛକରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭକାର୍ଯ୍ୟ ଆରମ୍ଭ କରିଥିଲେ।ବରିଷ୍ଠ ବିଜେଡି ନେତା ଉର୍କୁଳୁ ସାହୁଙ୍କ ସଭାପତିତ୍ୱ ତଥା ଏନଏସି ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ପରିଚାଳନାରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚାସିନ ରହି ବିଜେପି ଦେଇଥିବା ପ୍ରତିଶ୍ରୁତି ସମ୍ପୁର୍ଣ୍ଣ ମିଥ୍ୟା […]

You May Like

Pin It on Pinterest