ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଲଢୁଛି…

କୋରେସ୍ ଉପାସୀ(ନବରଙ୍ଗପୁର): ଉତ୍କଳ ସାମ୍ବାଦିକ ସଂଘ ସାମାଜିକ ସୂରକ୍ଷା ପାଇଁ ଲଢୁଛି। ରାଜ୍ୟସରକାରଙ୍କ ନିକଟରେ ସାମ୍ବାଦିକ ସମସ୍ୟାକୁ ନେଇ ଉପସ୍ଥପନ କରିଛି । ଏହାକୁ ନେଇ ବିଧାନସଭାରେ ଆଲୋଚନା ହେଉଛି। ଏହା କହିଛନ୍ତି ନବରଙ୍ଗପୁର ଠାରେ ଆୟୋଜିତ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନର ପ୍ରଥମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସଭାପତି ବିଭୂତି ଭୂଷଣ କର l

ସେ କହିଛନ୍ତି, ଆଗାମୀ ଦିନରେ ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା କୁ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି ରହିଛି । କେବଳ ଏତିକି ନୁହେଁ, ଆଗାମୀ ଦିନରେ ସାମ୍ବାଦିକଙ୍କୁ ନୂଆ ପରିଚୟ ଦେବା ପାଇଁ ସଂଘ ଉଦ୍ୟମ କରୁଛି । ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶାର ସର୍ବପୁରାତନ ସଂଘ ଦୀର୍ଘ ୮୦ ବର୍ଷ ଧରି ସଂଗଠନ କୁ ସୁଦୃଢତାର ସହିତ ପ୍ରତ୍ୟେକ ସମସ୍ୟାର ମୁକାବିଲା କରୁଛି । ସେଭଳ ନବରଙ୍ଗପୁର ଜିଲ୍ଲାର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ ମଧ୍ୟ ସମାନ ଭାବେ କାମ କରୁଥିବା ଯୋଗୁ ସଙ୍ଗଠନର କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କିଭଳି ସଂଗଠନ ଅଧିକ ସଶକ୍ତ କରାଯିବ ସେଥି ପ୍ରତି ଗୁରୁତ୍ଵ ଦେଇଥିଲେ ।

ଏହି ଅବସରରେ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ୍‌ କୁ ଉତ୍କଳ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ପ୍ରମାଣ ପତ୍ରକୁ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ଓ ସଭାପତି ପି.ପ୍ରକାଶଙ୍କୁ ହସ୍ତାନ୍ତର
କରିଥିଲେ । ସେଭଳି ଉତ୍କଳ ସାମ୍ବାଦିକ ସଂଘର ଆଇନ ପରମର୍ଶଦାତା ପ୍ରଶାନ୍ତ କୁମାର ସାହୁ ସାମ୍ବାଦିକଙ୍କ ସୁରକ୍ଷା ଓ ସଂଗଠନକୁ କିଭଳି ବ୍ଳକ ସ୍ତରରେ ସଶକ୍ତ କରିବା ପାଇଁ ବିଭିନ୍ନ ପରମର୍ଶ ଦେଇଛନ୍ତି । ସେଭଳି ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ଓ ସଭାପତି ପି.ପ୍ରକାଶ ସଂଘର ଗୋଟିଏ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ଅଧିକ ଫୋକସ କରାଯାଇଛି ବୋଲି ମତ ରଖିଥିଲେ l ଜିଲ୍ଲାରେ ୩ଜଣ ସାମ୍ବାଦିକଙ୍କ ଉପରେ ମିଥ୍ୟା ମାମଲା କୁ ନେଇ ସଂଗଠନ ଲଢ଼ିଛି ଓ ସୁରକ୍ଷା ମଧ୍ୟ ଦେଇଛି ବୋଲି କହିଛନ୍ତି । ସେଭଳି ବିଭିନ୍ନ
ସାମାଜିକ କାର୍ଯ୍ୟକ୍ରମ ମିଶନ ଅକ୍ସିଜେନ୍ କାର୍ଯ୍ୟକ୍ରମକୁ ବନବିଭାଗ ସହାୟତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରୀ ରଖିଛି
ବୋଲି କହିଥିଲେ। ବିଶେଷ କରି ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ ସାମ୍ବାଦିକଙ୍କ ସୁଖ ଦୁଃଖ ସାଥୀ ହୋଇ କାମ କରୁଛି ବୋଲି କହିଛନ୍ତି। ସାଧାରଣ ସମ୍ପାଦକ ଏ.ସତୀଶ ସଂପାଦକୀୟ ବିବରଣୀ ପାଠ କରିଥିଲା ବେଳେ ସଂଘର ସଂଗଠନ ସଂପାଦକ ସୁଶାନ୍ତ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାସଭାପତି ଦୁର୍ଯ୍ୟଧନ ପାତ୍ର, କୋରାପୁଟ ଜିଲ୍ଲା ସଭାପତି କେ.ଶ୍ରୀନିବାସ ରାଓ, ରାଜ୍ୟକାର୍ଯ୍ୟକାରୀ ସଦସ୍ୟ ନୃସିଂହ ବ୍ରହ୍ମା, ପ୍ରଦୀପ କୁମାର ବକ୍ସି ପ୍ରମୁଖ
ଯୋଗଦେଇଥିଲେ। ଏହି ଅବସରରେ ୧୩ ଜଣ ନୂତନ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ମିଶ୍ର,
ଉପସଭାପତି କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସ୍ୱାଧୀନ ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ନବଘନ ବିଷୋୟୀ, କିରଣ ପଟ୍ଟନାୟକ, ଅଜିତ ନାୟକ, କୋରେସ୍ ଉପାସୀ, ଦେବୀପ୍ରସାଦ ପଟ୍ଟନାୟକ, ଶ୍ରୀଧର ପାତ୍ର, କେ.ସନ୍ତୋଷ କୁମାର, ରାମଚନ୍ଦ୍ର ଦଳେଇ, ଅମ୍ବିକା ଦାସ, ମଧୁ ସୁଦନ ସାହୁ, ସୁକାନ୍ତ ରଥ, ଈଶ୍ୱର ରାଓ ପ୍ରମୁଖ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

ରାଜ୍ୟ ୬ଷ୍ଠ ଓ.ଏସ୍.ଏ.ପି ବାଟାଲିୟନ ପରିସରରେ ରକ୍ତଦାନ ଶିବିର....

Thu Aug 29 , 2024
ସଂଜୟ ଶତପଥୀ(କଟକ): କଟକ ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବଳ ବାଟାଲିୟନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ବାଟାଲିୟନ ର ମାନନୀୟ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ (ଓ.ପୋ.ସେ) ଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ,ମହାନଦୀ -କଟକ,ଓ ଓ୍ବାକର୍ସ କ୍ଲବ୍ ଙ୍କ ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ରେ ୪୪ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିବା ଜଣାଯାଇଛି। ଏହି […]

You May Like

Pin It on Pinterest