
ସଂଜୟ ଶତପଥୀ(କଟକ): କଟକ ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବଳ ବାଟାଲିୟନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ବାଟାଲିୟନ ର ମାନନୀୟ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ (ଓ.ପୋ.ସେ) ଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।
ରୋଟାରୀ କ୍ଲବ,ମହାନଦୀ -କଟକ,ଓ ଓ୍ବାକର୍ସ କ୍ଲବ୍ ଙ୍କ ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ରେ ୪୪ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିବା ଜଣାଯାଇଛି। ଏହି ଜନସେବା କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ୍ ଯାଜ୍ଞାନସିସ୍ ମହାପାତ୍ର, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ରୋଟାରିଆନ୍ ମହେନ୍ଦ୍ର ଦାସ, ବିଶିଷ୍ଟ ଚିକିତ୍ସକ ତଥା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ୍ ର ଭେଷଜ ବିଭାଗ ପ୍ରାଧ୍ୟାପକ ଡ଼.ଜୟନ୍ତ କୁମାର ପଣ୍ଡା, ଅବସରପ୍ରାପ୍ତ ବିଚାରପତି ତଥା ରୋଟାରୀ କ୍ଲବ ସଭାପତି ଶ୍ରୀ ମନୋରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହତ୍ କାର୍ଯ୍ୟ ଲାଗି ବାଟାଲିୟନ ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥୂଲେ।
ଏହି କାର୍ଯ୍ୟକ୍ରମରେ ବାଟାଲିୟନ ର ସମସ୍ତ ଅଧିକାରୀ ତଥା ଶାଖା ସଂଘ ର ସଭାପତି ଓ ସମ୍ପାଦକ ସହଯୋଗ କରିବା ସହ ଆଗାମୀ ଦିନରେ ଏହିପରି ଜନହିତକାରୀ କାର୍ଯ୍ୟକ୍ରମ କରାଯିବାର ପରିକଳ୍ପନା ରହିଛି ବୋଲି ଦୁର୍ଗପତି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ।