୬ଷ୍ଠ ଓ.ଏମ୍.ପି ବାଟାଲିୟନ ର ହାବିଲଦାର ଙ୍କ ଆତ୍ମହତ୍ୟା

ସଂଜୟ ଶତପଥୀ(କଟକ): କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ଓ.ଏମ୍.ପି ବାଟାଲିୟନ ପରିସରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, କଟକ ର ୬ଷ୍ଠ ଓଡ଼ିଶା ସଶସ୍ତ୍ର ଆରକ୍ଷୀ ବଳ ରେ ନିଯୁକ୍ତି ପାଇଥିବା ହାବିଲଦାର ଶ୍ରୀ ତ୍ରିଲୋଚନ ସେଠୀ ଆଜି ଭୋର ସମୟରେ ବାଟାଲିୟନ ପରିସରରେ ଥିବା ବିଶ୍ରାମ ଗୃହରେ କେହି ନ ଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏହି ଖବର ପାଇ ୬ଷ୍ଠ ବାଟାଲିୟନ ର ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ସହ ଚାଉଳିଆଗଞ୍ଜ ଥାନା କୁ ଖବର ଦେଇଥିଲେ।ଖବର ପାଇବାକ୍ଷଣି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର,(ଭା.ପୋ.ସେ), କଟକ କମିଶନରେଟ୍ ପୋଲିସ୍ ସହକାରୀ ଆୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ(ଓ.ପୋ.ସେ), ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦେବେନ୍ଦ୍ର ବିଶ୍ବାଳ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରିବା ସହ ହାବିଲଦାର ଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ଲାଗି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କୁ ପଠାଇଥିଲେ।

ଘଟଣାସ୍ଥଳରୁ ଯାହା ଜଣାପଡେ ଯେ,ମୃତକ ଶ୍ରୀ ସେଠୀ ପାରିବାରିକ ସମସ୍ୟା କୁ ନେଇ ଚାପ ଗ୍ରସ୍ତ ଥୂଲେ,ଆଗରୁ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯେହେତୁ ଏହି ଘଟଣା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ତେଣୁ କୈାଣସି ମତାମତ ସଂଗ୍ରହ କରିବା ଅସମ୍ଭବ ଥୂଲା।ମୃତକ ଶ୍ରୀ ସେଠୀ ଙ୍କ ଘର ଯାଜପୁର ଜିଲ୍ଳାର ବରୀ ଗ୍ରାମରେ।ସେ କଟକର ନୂଆ ବଜାର ଠାରେ ଏକ ଭଡାଘରେ ନିଜର ସ୍ତ୍ରୀ ସବିତା ସେଠୀ ଏବଂ ଗୋଟିଏ ଛୋଟ ପୁଅ ଓ ଛୋଟ ଝିଅ ସହ ରହୁଥିଲେ। ପୋଷ୍ଟମର୍ଟମ ସରିବା ପରେ ସେଠୀଙ୍କ ମୃତଶରୀରକୁ ବାଟାଲିୟନ ପରିସରକୁ ଅଣାଯାଇଥିଲା ଏବଂ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ, ଉପ-ଦୁର୍ଗପତି ଶ୍ରୀ ନିରଞ୍ଜନ ସାମଲ ଓ ଶ୍ରୀ ଅନୀଲ ପ୍ରଧାନ, ସହକାରୀ -ଦୁର୍ଗପତି ଶ୍ରୀ ସମୀର ସ୍ବାଇଁ, ହାବିଲଦାର -ସିପାହୀ ସଂଘ ର ସଭାପତି ଶ୍ରୀ ଅଶୋକ ବେହେରା,ଉପ -ସଭାପତି ଶ୍ରୀ ପ୍ରବୀର ଧଳ, ସମ୍ପାଦକ ଶ୍ରୀ ବିମଳ ପାତ୍ର, ସହ- ମୁଁ ଶ୍ରୀ ରମିକାନ୍ତ ଶର୍ମା, କୋଷାଧ୍ୟକ୍ଷ ଶ୍ରୀ ଅସିତ୍ ରଞ୍ଜନ ଭୋଇ ଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ରହି ମୃତ ଶରୀରେ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନିଜର ଜଣେ କର୍ମଚାରୀଙ୍କ ହରାଇଥିବା ଦୁର୍ଗ ପତି ଶ୍ରୀ ମଲ୍ଲିକ ଙ୍କ ଦ୍ବାରା ଏକ ଶୋକସଭା କରାଯିବା ସହ ବାଟାଲିୟନ କର୍ମଚାରୀମାନେ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।

ସମସ୍ତ ସରକାରୀ ନୀତିନିୟମ ସମାପନ ପରେ ବାଟାଲିୟନ ପରିସରରେ ଥିବା ମୃତ ହାବିଲଦାର ଙ୍କ ଶବକୁ ଆତ୍ମୀୟ ସ୍ବଜନଙ୍କୁ ହସ୍ତାନ୍ତର କରାଯାଇଥିଲା।

ସେୟାର କରନ୍ତୁ

Next Post

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Sun Sep 1 , 2024
ବାସ୍ତବ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାପଡିଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ଏହାଛଡ଼ା ସେ ୨୦୧୮ରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ  ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ଅଶ୍ବିନୀ ଗୁରୁଙ୍କ […]

You May Like

Pin It on Pinterest