ସ୍ବଚ୍ଛତା ପକ୍ଷ ପାଳନ କଲା କଟକ ର ମ୍ଯୂନିସପାଲ୍ ମଡେଲ ହାଇସ୍କୁଲ…

ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକ ମହାନଗର ନିଗମ ପକ୍ଷରୁ ସ୍ବଚ୍ଛତା ପକ୍ଷ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ କଟକ ଚୈ।ଧୁରୀବଜାର ସ୍ଥିତ ମ୍ଯୂନିସପାଲ୍ ମଡେଲ ହାଇସ୍କୁଲ ରେ ସ୍ବଚ୍ଛତା ପକ୍ଷ ପାଳନ ର ଶୁଭାରମ୍ଭ ବିଦ୍ୟାଳୟ ପରିସର ରେ ହୋଇଯାଇଛି।

କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ର‌ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ସ୍ବଚ୍ଛତା ପତାକା ଉତ୍ତୋଳନ କରିବା ସହ ବିଦ୍ୟାଳୟ ପରିସର ରେ ସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇବା ସହ‌ ପରିବେଶ କୁ ସ୍ବଚ୍ଛ ରଖୂବାକୁ ନିଜର ବକ୍ତବ୍ୟ ମାଧ୍ୟମରେ ବାର୍ତ୍ତା ଦେବା ସହ ଉପସ୍ଥିତ ସମସ୍ତ ଙ୍କୁ ସ୍ବଚ୍ଛତା ର ଶପଥ ପାଠ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ନାଥ ମୂଖ୍ୟ ଅତିଥି ଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ।

ଏହି କାର୍ଯ୍ୟକ୍ରମ ଆଗାମୀ ଗୋଟିଏ ପକ୍ଷ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପ୍ରତ୍ୟେକ ଦିନ କିଛି ସମୟ ଲାଗି ସ୍ବଚ୍ଛତା ର କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାଥ ସୂଚନା ଦେଇଥାଏ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଆଲୋକ ପାଣିଗ୍ରାହୀ, ଶ୍ରୀ ବିନ୍ଦୁସାଗର ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ଘୋଷ, ଶ୍ରୀମତୀ ନିର୍ମଳା ରାଉତ, ଶ୍ରୀମତୀ ସରୋଜିନୀ ନାୟକ ଓ ଶ୍ରୀମତୀ ସନ୍ଧ୍ୟା ସେଠୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଅବଶେଷ ରେ ଶିକ୍ଷକ ଡଃ ସୁମନ୍ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Mon Sep 2 , 2024
ବାସ୍ତବ ବ୍ୟୁରୋ: ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ସୁଭଦ୍ରା’ ପୋର୍ଟାଲ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା। ମହିଳାମାନେ ଯେ କୌଣସି ତଥ୍ୟ ଜାଣିବାକୁ ପୋର୍ଟାଲରୁ ଜାଣିପାରିବେ। କୌଣସି ପ୍ରକାର ଦ୍ଵନ୍ଦ ଥିଲେ, ପୋର୍ଟାଲରୁ ଜାଣିପାରିବେ। ସୁଭଦ୍ରା ପୋର୍ଟାଲ- subhadra.odisha.gov.in ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ୪ […]

You May Like

Pin It on Pinterest