
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ଗୁରୁ ଦିବସ ସାରା ରାଜ୍ୟ ରେ ପାଳିତ ହେଉଥିଲା ବେଳେ ଅନୁରୂପ ଢଙ୍ଗରେ କଟକ ଜିଲ୍ଲା ରେ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି।
କଟକ ଜିଲ୍ଲା ର କଟକ ମହାନଗର ନିଗମ ଅନ୍ତର୍ଗତ ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ (ଭା.ପ୍ର.ସେ) ସଭାପତିତ୍ବ କରିଥିଲେ। । ଏହି ପବିତ୍ର ଦିବସକୁ ଉପଭୋଗ କରିବାକୁ ଜିଲ୍ଲା ର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଯୋଗଦେଇଥିଲେ । ଶିକ୍ଷା ର ମାନଦଣ୍ଡ ବୃଦ୍ଧି କରିବାକୁ ଏହି ଦିବସ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଅଭିନବ ପ୍ରୟାସ “ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪-୨୫”ର ଶୁଭାରମ୍ଭ କରାଯାଇଛି।
ଏହି ବର୍ଣ୍ଣାଢ଼୍ୟ ସମାରୋହରେ ବରେଣ୍ୟ ଅତିଥି ଭାବେ ଶ୍ରୀ ଭର୍ତ୍ତୁହରି ମହତାବ, ମାନ୍ୟବର ସାଂସଦ, ଲୋକସଭା, ଶ୍ରୀ ସୁବାସ ସିଂ, ମାନନୀୟ ମେୟର, କଟକ ମହାନଗର ନିଗମ, ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ମାନନୀୟ ଅଧ୍ୟକ୍ଷ, କଟକ ଜିଲ୍ଲା ପରିଷଦ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମାନ୍ୟବର ବିଧାୟକ, ଆଠଗଡ଼, ଶ୍ରୀ ପ୍ରଶାନ୍ତ କୁମାର ବେହେରା, ମାନ୍ୟବର ବିଧାୟକ, ଟାଙ୍ଗୀ-ସାଲେପୁର, ଶ୍ରୀ ଦେବୀ ରଞ୍ଜନ ତ୍ରୀପାଠୀ, ମାନ୍ୟବର ବିଧାୟକ, ବାଙ୍କି, ଶ୍ରୀ ସୈାଭିକ୍ ବିଶ୍ଵାଳ, ମାନ୍ୟବର ବିଧାୟକ,ଚୈ।ଦ୍ବାର-କଟକ, ଶ୍ରୀ ଛବି ମଲ୍ଲିକ, ମାନ୍ୟବର ବିଧାୟକ, ନିଆଳି, ଶ୍ରୀ ସାରଦା ପ୍ରସାଦ ପ୍ରଧାନ, ମାନ୍ୟବର ବିଧାୟକ, ମାହାଙ୍ଗା, ଇଂ.ସୋଫିଆ ଫିର୍ଦ୍ଦୋଶ୍, ମାନ୍ୟବର ବିଧାୟିକା ବାରବାଟୀ -କଟକ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ, କଟକ ସଦର, ଶ୍ରୀ ଅରିନ୍ଦମ ରାୟ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ଓଡ଼ିଶା, ଶ୍ରୀ ନିରଞ୍ଜନ ସାହୁ, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ତାଲିମ ଅନୁଷ୍ଠାନ, କଟକ, ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଅବସରରେ କଟକ ଜିଲ୍ଲା ର ବିଭିନ୍ନ ପ୍ରାନ୍ତର ରେ ଥିବା ବିଦ୍ୟାଳୟର ବଛା ବଛା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ନୂତନ ତଥା ଅଭିନବ ପ୍ରୟାସ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା -୨୦୨୪-୨୫” ସମ୍ମାନ ରେ ମୂଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ର ସହ-ଆବାହିକା ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ ସୋନାମିକା ରାୟ ସମସ୍ତ କାର୍ଯ୍ୟ ପରିଚାଳନା କରିଥୂବା ବେଳେ ସମ୍ପାଦିକା ଓଡ଼ିଶା ପୋଲିସ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।