ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର

ବାସ୍ତବ ବ୍ୟୁରୋ: ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର । ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ନିଜର ପ୍ରତିକ୍ରିୟାରେ ସୁଜିତ କୁମାର କହିଛନ୍ତି କି ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି । 

ଏହାପରେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ବିଜେପିରେ ଯୋଗ ଦେଇଛନ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସୁଜିତ କୁମାରଙ୍କ ଭଳି ଜଣେ ଗୁଣୀ ସାମାଜିକ କର୍ମୀଙ୍କୁ ଦଳରେ ପାଇ ଅନ୍ୟନ୍ତ ଖୁସି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପିରେ ଯୋଗ ଦେବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ସୁଜିତ କୁମାର । ସେ କହିଛନ୍ତି, “କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି । ଏଥିରେ ବହୁ ବିଜେଡି ନେତା ଜଡ଼ିତ। ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ଏନେଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ହେ‌ଲେ କୌଣସି ସୁଫଳ ମିଳି ନଥିଲା। ଏଣୁ ବାଧ୍ୟ ହୋଇ ବିଜେପିରେ ମିଶିଲି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବିକାଶ ଆହ୍ବାନ ମୋତେ ଖୁବ୍ ପ୍ରଭାବିତ କରିଛି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି।”

ସେୟାର କରନ୍ତୁ

Next Post

ଆବେଦନ ପାଇଁ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ

Sat Sep 7 , 2024
ବାସ୍ତବ ବ୍ୟୁରୋ: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ରାଜ୍ୟରେ କେତେକ ଜାଗାରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କେତେବେଳେ ପୋର୍ଟାଲ ଖୋଲୁନି […]

You May Like

Pin It on Pinterest