
କଟକ(ସଂଜୟ ଶତପଥୀ): କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ଶ୍ରୀ ଜଗନ୍ନାଥ ସଭାଗୃହ ରେ ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ନେସନ୍ ବିଲଡର ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ଯଶ୍ରୀ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ଶିକ୍ଷାବିତ୍ ଡଃ ସତ୍ୟକାମ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଡଃ ଜ୍ଞାନୀ ଦେବାଶିଷ ମିଶ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନେ ଜାତୀୟ ସଙ୍ଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ର ସୂଚନା ଦେଇଥିଲେ।ପରେ ପରେ ଅତିଥିମାନେ ଦାର୍ଶନିକ ପଲ୍.ପି.ହରିଶ୍ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପଟ୍ଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ମୂଖ୍ୟ ଅତିଥି ଡଃ ମିଶ୍ର ନିଜ ବକ୍ତବ୍ୟରେ ସଂପ୍ରତି ଓଡ଼ିଶା ରେ ଶିକ୍ଷା ର ମାନଦଣ୍ଡ ଧୂରେ ଧୂରେ ହ୍ରାସ ପାଇବା ସହ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାଦାନରୁ ବଞ୍ଚୂତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ରୋଟାରୀ କ୍ଲବ ମହାନଦୀ ପକ୍ଷରୁ କିଛି ସ୍ବତନ୍ତ୍ର ପଦକ୍ଷେପ ନିଆଯାଏ ତାହା ଏକ ଉଦାହରଣ ହେବ ଏବଂ ସମସ୍ତ ସଦସ୍ୟ ଏହି ବିଷୟରେ ଚିନ୍ତା କରିବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ଡଃ ଜ୍ଞାନୀ ଦେବାଶିଷ ମିଶ୍ର ନିଜର ସାରଗର୍ଭକ ବକ୍ତବ୍ୟ ରେ ଛାତ୍ରଛାତ୍ରୀମାନେ ଓଡ଼ିଆ ବିଦ୍ୟାଳୟକୁ ନ ଯାଇ ଇଂରାଜୀ ବିଦ୍ୟାଳୟ କୁ ଯିବା ଘୋର ପରିତାପର ବିଷୟ ବୋଲି କହିବା ସହ ସରକାର ଏହି ବିଷୟରେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ।
କ୍ଲବ ର ସମ୍ପାଦକ ରୋଟାରୀଆନ୍ ମହେନ୍ଦ୍ର ଦାସ ବିଗତ ଦିନରେ ହୋଇଥିବା ସଭା ଓ କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ଶିକ୍ଷୟିତ୍ରୀ କ୍ରୀଷ୍ଣାରାଣୀ ଦେ,ହରିଅନ୍ତା ବାପୁଜୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଶ୍ରୀମତୀ ରୀନା ପଟ୍ଟନାୟକ, ରେଭେନ୍ସା ବାଳିକା ବିଦ୍ୟାଳୟ, ଶ୍ରୀମତୀ ରଞ୍ଜିତା ପ୍ରଧାନ, ସରକାରୀ ବାଳିକା ବିଦ୍ୟାଳୟ, କାଜିବଜାର, କଟକ, ଶ୍ରୀମତୀ ସଂଘମିତ୍ରା ପାଢୀ, ସରକାରୀ ବାଳିକା ବିଦ୍ୟାଳୟ, କାଜିବଜାର, କଟକ, ଶ୍ରୀମତୀ ସୁନିତା ତ୍ରୀପାଠୀ,ଡଗରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, କଟକ ଙ୍କୁ ଓ ଶ୍ରୀ ସଞ୍ଜୟ କୁମାର ଶତପଥୀ, ମୂଖ୍ୟ ପ୍ରତିନିଧି, ବାସ୍ତବ ଟିଭି ଓ ବାସ୍ତବ ପ୍ରାର୍ଥନା ଟିଭି ତଥା ଶ୍ରେଷ୍ଠ ଛାତ୍ର ଆୟୁଷ ଆୟୁଷ୍ମାନ ଦାସଙ୍କୁ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ମାନପତ୍ର, ଉପଢୌକନ, ଉପହାର ଓ ବୃକ୍ଷକୁଣ୍ଡ ପ୍ରଦାନ କରାଯାଇ “ନେସନ୍ ବିଲଡର ଆଓ୍ବାର୍ଡ -୨୦୨୪” ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ କ୍ଲବ ର ସଦସ୍ୟ/ସଦସ୍ୟା ରୋଟାରୀଆନ୍ ଆରତୀ ଗିରି ଓ ରୋଟାରୀଆନ୍ ସବିତା ପରିଡା, ରୋଟାରୀଆନ୍ ଅଙ୍କିତ୍ ଭୁତ୍, ବୁଲେଟିନ୍ ସମ୍ପାଦକ ରୋଟାରୀଆନ୍ ରାଜଲକ୍ଷ୍ମୀ ପାତ୍ର, ରୋଟାରୀଆନ୍ ସଂଜୟ ଛାପୋଲିଆ, ରୋଟାରୀଆନ୍ ସୁଜାତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଅବଶେଷ ରେ ରୋଟାରୀଆନ୍ ନଟବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।