
ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ ବହୁ ନାଟକ ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ।
ଜନତା ରଙ୍ଗମଞ୍ଚ ରେ ଶ୍ରୀମତୀ ସାମର୍ଜନୀ ନାଟକରେ ସେ ନିଜେ
ଅଭିନୟ କରିଥିଲେ । ସର୍ବଦା ନାଟକ ମଞ୍ଚସ୍ଥ ପାଇଁ ପରାମର୍ଶ
ଦେଉଥିଲେ । ଜନତା ରଙ୍ଗମଞ୍ଚ ଏପରି ଜଣେ ନିର୍ଦ୍ଦେଶକ ତଥା ନାଟ୍ଯ ଜଗତ ର ଉଚ୍ଚକୋଟିର କଳାକାର ଙ୍କୁ ହରାଇଲା। ତାଙ୍କ ବିୟୋଗରେ ଜନତା ରଙ୍ଗମଞ୍ଚ ର କର୍ମକର୍ତ୍ତା ସଭ୍ୟ ଶୁଭେଚ୍ଛୁ ବନ୍ଧୁ ଗଣ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ଜନତା ରଙ୍ଗମଞ୍ଚ ପରିଚାଳନା କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଦୀପେନ ଘୋଷ,ଉପସଭାପତି ଅମରେନ୍ଦୁ ମହାନ୍ତି, ସଂପାଦକ ବିନୋଦ ବେହେରା,ସଂଗଠନ ସଂପାଦକ ଇନ୍ଦ୍ରଜିତ ଘୋଷ, କୋଷାଧ୍ୟକ୍ଷ ସୁକାନ୍ତ ଦାସ, ପ୍ରଣବ କର,ଶିବାନୀ ପ୍ରସାଦ ମହାପାତ୍ର, ଶ୍ରୀକାନ୍ତ ଚୌଧୁରୀ, ରତ୍ନାକର ପାଣି,ଅନନ୍ତ ଦାସ, ସରସ୍ବତୀ ବେହେରା, ଚିନ୍ମୟ ଛାଟୋଇ, ଉମେଶ ଦାସ,ହେମନ୍ତ କୁମାର ଦାଶ,ଇତି ଲିପ୍ସା, ପ୍ରମୁଖ ଗଭୀର ଶୋକପ୍ରକାଶ କରି ନାଟ୍ଯ ଜଗତ ଓ ଜନତା ରଙ୍ଗମଞ୍ଚ ଜଣେ ଓଡିଶା ମାଟିରେ ଗୀତିନାଟ୍ଯ ର ପ୍ରତିଷ୍ଠାତା ,ଅଭିନେତା,ନାଟ୍ଯ ନିର୍ଦ୍ଦେଶକ ଙ୍କୁ ହରାଇଲା ବୋଲି ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ।
ସାଥି ସିଂହ କଂ ବିୟୋଗ ରେ ତାଙ୍କ ପରିବାର ବର୍ଗ କଂ ପ୍ରତି
ସମବେଦନା ଜ୍ଞାପନ କରାଯାଇଛି ।



