
ସଂଜୟ ଶତପଥୀ(କଟକ): କଟକ ର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଥିବା ମଧୁସୂଦନ କକ୍ଷରେ ମହାସମାରୋହରେ ମହାବିଦ୍ୟାଳୟର ମାନନୀୟା ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ସେକ୍ କଲିମୁଲ୍ଲା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ର ଅଧୂକାରିଣୀ ଡାକ୍ତର ଶ୍ରୀମତୀ ଯୋଗମାୟା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ମହତ୍ତ୍ଵ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ। ମୂଖ୍ୟ ଅତିଥି ଡଃ କଲିମୁଲ୍ଲା ନିଜ ଅଭିଭାଷଣରେ ସଂପ୍ରତି ଜାତୀୟ ସେବା ଯୋଜନା ର ଦେଶରେ ତଥା ଏହି ସମାଜରେ ଆବଶ୍ୟକତା କୁ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ଟି ନାଗରିକ ଏହି ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ସେବା ଯୋଜନା ର ଆଲୁମିନି ଶ୍ରୀମତୀ ଜୟଶ୍ରୀ ସାହୁ ଏହି ଜାତୀୟ ସେବା ଯୋଜନା ର ସମାଜରେ ଉପକାରିତା ବିଷୟରେ ମତ ପ୍ରଦାନ କରିଥୂଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅବଶେଷ ରେ ଅଧ୍ୟାପିକା ଡଃ ସସ୍ମିତା ଗାହାଣ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।