
ରାଉରକେଲା(ନି.ପ୍ର): ବିଭିନ୍ନ ସମୟରେ ସାଧାରଣ ଲୋକେ ଅନେକ ଠକ ହାବୁଡରେ ପଡି ପୋଲିସର ଆଶ୍ରା ନିଅନ୍ତି,ହେଲେ ପୋଲିସ ଆଜି ଠକ କବଳରେ ପଡି ଥାନାରେ ଏତଲ
ଦେବା ଦେଖିବାକୁ ମିଳିଛି।ଘର କିଣି ଦେବାକୁ କହି ବନ୍ଧମୁଣ୍ଡା ଥାନାର ଜଣେ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଠାରୁ ସମାଜସେବାର ଖୋଳପା ପିନ୍ଧା ଶଶଧର ପଣ୍ଡା ୩୩ଲକ୍ଷ ଚୁନ ଲଗାଇ ଧରଛୁଆଁ ନଦେବାରୁ,ଥାନାରେ ଶଶଧର ପଣ୍ଡାଙ୍କ ନାଁରେ ଠକେଇ ଅଭିଯୋଗ।
ସୁଚନା ଅନୁଯାଇ ଶ୍ରୀ ପଣ୍ଡା ଗତ କିଛି ମାସ ମଧ୍ଯରେ ପ୍ରାୟ ୩୩ ଲକ୍ଷ ଟଙ୍କା ଉକ୍ତ ଅବସରପ୍ରାପ୍ତ ପୁଲିସଙ୍କ ଠାରୁ ନେଇଥିଲେ।ହେଲେ ଆଉ ଧରା ଛୁଆଁ ଦେଇ ନଥିଲେ I ସବଇନ୍ସପେକ୍ଟରଙ୍କ ଠାରୁ ୩୩ ଲକ୍ଷ ଠକି ନେଇ ଧରାଛୁଆଁ ନ ଦେବା ଅଭିଯୋଗରେ ବନ୍ଧମୁଣ୍ଡା ଥାନାରେ ଠକେଇ ମାମଲା ରୁଜୁ ହୋଇଛି।ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପୁଲିସ ଅଧିକ ତଦନ୍ତ କରିବା ପରେ କୋର୍ଟଚାଲାଣ କରାଯାଇଛି।
ଅଭିଯୋଗକାରୀ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏକ ଘର କିଣିବାକୁ ଶଶଧରଙ୍କୁ କହିଥିଲେ।ନିଜ ଘର ବିକିବା କଥା କହି ୩୩ ଲକ୍ଷ ନେବା ପରେ, ଗତ କିଛିମାସ ହେଲା ଫେରାର ହୋଇ ଯାଇଥିଲେ ।

ଏ ନେଇ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନଭିନ୍ ଆରମ୍ଭ କରି ଶଶଧରଙ୍କୁ ଖୋଜିବା ଆରମ୍ଭ କରିଥିଲେ,ବହୁ ଖୋଜାଖୋଜି ପରେ ଗତ୨୪ ତାରିଖରେ ଢେଙ୍କାନାଳରୁ ଶ୍ରୀ ପଣ୍ଡାଙ୍କୁ କାବୁ କରି,ଥାନାରେ ଅଟକରଖି ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ।ବିଭିନ୍ନ ସ୍ଥାନରେ ବିଭିନ୍ନ କରିଚୟ ଦେଇ ଏହି ଠକ ସଭାସମିତିରେ ନିଜକୁ ବି.ଇ.ଓ ତ କୋଉଠି ଡି.ଇ.ଓ ପରିଚୟ ଦେଇ ଲୋକ ମାନଙ୍କୁ ଠକୁଥିଲା।
ଖୋଳତାଡ କଲେ କଟକ ଢେଙ୍କାନାଳ ଭୁବନେଶ୍ବରରୁ ଅନେକ ନିରିହ ଲୋକମାନଙ୍କ ତାଲିକା ମିଳିବାର ସମ୍ଭାବନା ଅଧିକ,ଆମର କଟକ ପ୍ରତିନିଧିଙ୍କୁ ନାମ ଗୋପନ ରଖି ଜଣେ ସୁଚନା ଦେଇଛନ୍ତି କି କଟକର ଅନେକ ଏହି ତଥାକଥିତ ଠକ ସମାଜସେବୀର ଶିକାର ହୋଇଛନ୍ତି ।