କଟକ ସହରର ୪୦ଟି ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ…

ସଂଜୟ ଶତପଥୀ(କଟକ): ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କଟକ ସହରର ୪୦ଟି ପୂଜା ମଣ୍ଡପ ଦର୍ଶନ କରିଥିଲେ। ପ୍ରଥମେ ପ୍ରତାପ ନଗରୀ ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ। ସେଠାରେ କଟକ ନଗର ବିଜେପି ନେତୃବୃନ୍ଦ ତଥା ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ ପାଛୋଟି ନେଇଥିଲେ।ପରେ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଭିନ୍ନ ମଣ୍ଡପ ବୁଲି ମା ଙ୍କୁ ପୂଜା ଆରାଧନା, ଆଳତି ଆଦି କରିଥିଲେ।

ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ କଟକର ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କୁ ବସ୍ତ୍ର, ସୁନା ତାରକସି କାର୍ଯ୍ୟ ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଦାୟ ନେବା ସମୟରେ ମିଡ଼ିଆରେ କଟକର ଐତିହାସିକ ଦଶହରା ର ସୁନ୍ଦର ତାରକସି କାର୍ଯ୍ୟର ଭବ୍ୟ ପୂଜା ମଣ୍ଡପ ଗୁଡ଼ିକୁ ପ୍ରଶଂସା କରି ତାଙ୍କ ଗସ୍ତ ସମୟରେ ସମ୍ପୃକ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା, ବିଜେପି କାର୍ଯ୍ୟକର୍ତ୍ତା, ପୋଲିସ , ପ୍ରଶାସନ ଓ ମିଡ଼ିଆକୁ ଧନ୍ୟବାଦ ଜଣାଇଥିଲେ ଏବଂ କଟକ ର ହୃତ ଗୌରବ ଫେରାଇ ଆଣିବା ପାଇଁ କଟକ ବାସୀଙ୍କ ଟ୍ୱିନ ସିଟି ସମେତ ବିଭିନ୍ନ ଯଥାର୍ଥ ଦାବୀ ଗୁଡିକୁ ନିଶ୍ଚିତ ପୂର୍ଣ୍ଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଙ୍କ ନେତୃତ୍ୱରେ ହୋଇଥିବା ଏହି ମଣ୍ଡପ ଦର୍ଶନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସମୀର ଦେ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠି, ବିନୋଦ ଦାଶ, ଦିଲ୍ଲୀପ ମଲିକ, ଶ୍ରୀତମ ଦାସ, ରଶ୍ମିରେଖା ଦାସ, ସ୍ମୃତି ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ବ୍ରଜେନ୍ଦ୍ର ରାୟ, ଲକ୍ଷ୍ମୀଧର ପ୍ରଧାନ, ପ୍ରତାପ ରାଉତରାୟ ପ୍ରମୁଖଙ୍କ ସହିତ ତିନିଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ତିନି ଜଣଙ୍କୁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର 

Mon Oct 14 , 2024
ବାସ୍ତବ ବ୍ୟୁରୋ: ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର। ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ […]

You May Like

Pin It on Pinterest