ଐତିହାସିକ ବାଲିଯାତ୍ରା ମହୋତ୍ସବର ମୂଖ୍ୟ ଆକର୍ଷଣ “ଓଡ଼ିଶା ର ଅସ୍ମିତା”:-କଟକ ଜିଲ୍ଲାପାଳ….

ସଂଜୟ ଶତପଥୀ(କଟକ): ଆଗାମୀ ମାସର ୧୫ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ବିଗତ ବର୍ଷଠାରୁ ଅଧୂକ ଆକର୍ଷଣୀୟ ହେବ ବୋଲି କହିଛନ୍ତି କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ।

କଟକର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକର ମାନନୀୟ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଆଗାମୀ ବାଲିଯାତ୍ରା ମହୋତ୍ସବ ବିଷୟରେ ଅବଗତ କରିବା ସହ ବ୍ୟବସା଼ୟ ଲାଗି ବ୍ୟବସା଼ୟୀମାନଙ୍କୁ ଚଳିତ ବର୍ଷ ୧୧୦୦ ପ୍ଲଟ୍ ଆବଣ୍ଟନ କରାଯିବାର ବ୍ଯବସ୍ଥା ରହିଛି ଏବଂ ଏହା ଇଣ୍ଟିଗ୍ରେଟେଡ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ହିଁ କରିବା ନିଷ୍ପତ୍ତି ନିଆ ସରିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୯ ତାରିଖ ଠାରୁ ଏହି ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକ୍ଷମ କରାଯିବା ସହ ପ୍ଲଟ୍ ଆବଣ୍ଟନ ମଧ୍ୟ କରାଯିବ। ଚଳିତ ବର୍ଷ ର ବାଲିଯାତ୍ରା ମହୋତ୍ସବ କୁ ଅଧୂକ ଆକର୍ଷଣୀୟ କରିବାଲାଗି କଟକ-ଇନ୍-କଟକ ପାଭିଲିଅନ୍ ଠାରେ ଓଡ଼ିଆ ଅସ୍ମିତା ର ପ୍ରଦର୍ଶନ ଓ ଓଡ଼ିଆ ସିନେମାର ଥିମ୍ ପ୍ରଦର୍ଶିତ ହେବ।

ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ପ୍ରତିଷ୍ଠିତ ବଲିଉଡ୍ କଳାକାର କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ଓ୍ବାଡେକର,ଅନୁପ ଜଲୋଟା ଓ ପିୟୁଷ ମିଶ୍ର ଙ୍କ ସହ ବହୁ ଓଲିଉଡ କଳାକାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମତପୋଷଣ କରିବା ସହ ପ୍ରଥମ ଥର ଲାଗି କଟକ ର ଐତିହାସିକ ବାଲିଯାତ୍ରା ମହୋତ୍ସବରେ ଓଡ଼ିଶାର ଐତିହ୍ୟ ଓ ଅସ୍ମିତା କୁ ନେଇ ୫୦୦ ଡ୍ରୋନ୍ ମାଧ୍ୟମରେ ଡ୍ରୋନ୍ ସୋ ଏବଂ ଲେଜର୍ ସୋ ର ପ୍ରଦର୍ଶନ ହେବ। ଏଥିସହିତ ଚଳିତ ବର୍ଷ ବିଗତ ବର୍ଷ ଠାରୁ ପାର୍କିଂ ଦେୟର ମୂଲ୍ୟ ହ୍ରାସ କରାଯିବା ସହ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍କିଂ ଦେୟର ରସିଦ୍ ପ୍ରଦାନ କରାଯିବାର ବ୍ଯବସ୍ଥା କରାଯାଇଛି।

ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ଐତିହ୍ୟ ବାଲିଯାତ୍ରା ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ର ଉପଭୋଗ କରିବାକୁ ଏବଂ ଏହାକୁ ସରସ ସୁନ୍ଦର କରିବାକୁ ସମସ୍ତଙ୍କର ସାହାଯ୍ୟ ଲୋଡ଼ିଥିଲେ। ଏହି ସମ୍ମିଳନୀ ରେ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ଅତିରିକ୍ତ ଉପ-ଆୟୁକ୍ତ, ଆରକ୍ଷୀ ଶ୍ରୀ ଦେବଦତ୍ତ କର, କଟକ ର ଉପ-ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଅନ୍ଯ ଅଧିକାରୀ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ...

Sat Oct 19 , 2024
ବାସ୍ତବ ବ୍ୟୁରୋ: କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ଦୀର୍ଘ ଦିନଧରି ସେ ଅସୁସ୍ଥ ଥିବା ବେଳେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସକାଳ ସାଢେ ୯ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ […]

You May Like

Pin It on Pinterest