ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ନେଇ କୌଣସି ଆକଳନ ହୋଇ ନ ଥିବା ବେଳେ ଟ୍ରାପ ଲାଇନ୍‌ ପ୍ରଭାବରେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର, ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିପାରେ।

ସେୟାର କରନ୍ତୁ

Next Post

ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ମହିଳାଙ୍କ ଚକ୍ଷୁ ଦାନ...

Sat Oct 19 , 2024
ବରଗଡ଼(ନବୀନ ଦାଶ)୧୯.୧୦:- ବରଗଡ଼ ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲପମ୍ପ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ସ୍ତ୍ରୀ ମୃତ।ସୂଚନା ଅନୁସା ରେ ଆଜି ଶନିବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ବରଗଡ଼ ପଟୁ ସୋହେଲା ଯାଉଥିବା OD17M 1551 ନମ୍ବର ବିସିଷ୍ଟ ଏକ ନୀଳ ରଙ୍ଗର କାର OD17M7202 ନମ୍ବର ଥିବା ବାଇକ କୁ ଧକ୍କା ଦେଇ ଥିଲା।ଫଳରେ ଘଟଣା ସ୍ଥଳ ରେ ପଡିରହିଥିବା ଗୁରୁତର ବାଇକ […]

You May Like

Pin It on Pinterest