“ଅପରେସନ୍ ଶୁଭଯାତ୍ରା”-ଗଡ଼ିଲା ଟ୍ରେନ୍ କେରଳ ରୁ ଓ ଅନ୍ୟଟି ସୁରଟ୍ ରୁ…

ବାସ୍ତବ ବ୍ୟୁରୋ-ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଜି କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୧୦୦ଜଣ କରୋନାରେ ସକ୍ରିୟ ରହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯାହା ବି କରନ୍ତୁ ମାନବିକତା ସହ କରନ୍ତୁ ବୋଲି ସେ କହିଛନ୍ତିି । ଯାହା ବି କରାଯିବ ମହତ୍ତର ଉଦ୍ଦେଶ୍ୟ ସହ କରାଯିବ । ଯାହା ବି କରୁଛନ୍ତି ଅନୁଶାସନ ସହ କରନ୍ତୁ ।

ରାଜ୍ୟରେ ପ୍ରତି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ପାଇଁ କାର୍ଯ୍ୟ ହୋଇଛି । ଓଡ଼ିଶା ମଡ଼େଲକୁ ମିଳୁଥିବା ପ୍ରଶଂସାର ଶ୍ରେୟ ରାଜ୍ୟବାସିଙ୍କର ବୋଲି ବାଗଚୀ କହିଛନ୍ତି । ଗତକାଲି କେରଳରୁ ୧୧୫୦ ଓଡ଼ିଆଙ୍କୁ ଧରି ଗୋଟିଏ ଟ୍ରେନ ଆସିଥିଲା । ଏନେଇ ଅପରେସନ୍ ଶୁଭଯାତ୍ରା ଆରମ୍ଭ କରାଯାଇଛି । ଆଉ ଏକ ଟ୍ରେନ ସୁରତରୁ ଆଜି ବାହାରିବ । କ୍ଲଷ୍ଟର କଣ୍ଟେନମେଣ୍ଟ ଷ୍ଟ୍ରାଟେଜିକୁ ପୁରା ରାଜ୍ୟରେ କାର୍ଯ୍ୟରେ ଲଗାଯାଇଛି । ସଂକ୍ରମଣ ଆଶଙ୍କା ଥିବା ପ୍ରତି ବ୍ୟକ୍ତିଙ୍କ ପରୀକ୍ଷା କରାଯାଉଛି । ଯାଜପୁରର କଟିକଟା ପଞ୍ଚାୟତ ଏବେ ଓଡ଼ିଶାର ହଟସ୍ପଟ ଭାବେ ଘୋଷଣା କରାଯାଇଛି । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି ।

ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବାକୁ ରାଜ୍ୟସରକାର ଅରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ- ‘ଅପରେସନ୍ ଶୁଭଯାତ୍ରା’। ପ୍ରବାସୀଙ୍କୁ କିଭଳି ଅଣାଯିବ ଓ ଏଠାରେ ନିଜ ପଞ୍ଚାୟତରେ ୧୪ ଦିନ କ୍ବାରେଣ୍ଟାଇନରେ ରଖାଯିବ ସେଥିଲାଗି ରାଜ୍ୟସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ଏହି ‘ଅପରେସନ ଶୁଭଯାତ୍ରା’ ସର୍ବଭାରତୀୟ ସ୍ତରରେ ମଡେଲ ପାଲଟିଛି ବୋଲି ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ସଚିବ ମନୋଜ ମିଶ୍ର କହିଛନ୍ତି ।

ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି, “ଅପରେସନ ଶୁଭଯାତ୍ରା’କୁ ଜାତୀୟ ସ୍ତରରେ ଗ୍ରହଣ କରାଯିବାର ମୁଖ୍ୟ କାରଣ ହେଲା ଏହି ଅପରେସନ ପାଇଁ ବ୍ୟାପକ ଯୋଜନା ଓ ସୁଚିନ୍ତିତ ବ୍ୟବସ୍ଥା କରାଯାଇଛି । କେରଳରେ ଥିବା ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଆଣିବା ପାଇଁ ୧୨ଟି ଟିମ ଗଠନ କରାଯାଇଥିଲା । ପ୍ରଥମେ କେଉଁମାନେ ଓଡ଼ିଶା ଆସିବାର ଅଛି, ସେଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ୨୩ଟି ଜିଲ୍ଲାର ୧୧୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସ୍ଥାନରୁ ଗାଡ଼ିରେ ରେଳଷ୍ଟେସନ ଅଣାଯାଇଥିଲା । ଷ୍ଟେସନରୁ ଟ୍ରେନ ଛାଡ଼ିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଖାଦ୍ୟ ଓ ୫ ଲିଟର ପାଣି ଦିଆଯାଇଥିଲା । ପୁଣି ରାତ୍ରୀ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ମୋଟା ମୋଟି ଭାବେ କହିବାକୁ ଗଲେ ଯାତ୍ରୀମାନଙ୍କୁ ସଂପୂର୍ଣ୍ଣ ଭାବେ ସମ୍ମାନ ଓ ସୁବିଧାର ସହ ଅଣାଯାଉଥିବାରୁ ଏହା ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ଯୋଗାଇବ ।

ସବୁଠାରୁ ବଡ଼ କଥା ହେଲା ଯେ, ପ୍ରବାସୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ବସରେ ରେଳ ଷ୍ଟେସନକୁ ଅଣାଯାଇଥିଲା । ଅପରେସନ ଶୁଭଯାତ୍ରା ପାଇଁ କେରଳ ସରକାର ଓଡିଶାକୁ ବହୁତ ସହଯୋଗ କରିଛନ୍ତି । ସେଠାକାର ସରକାର ଓଡିଶା ସରକାରଙ୍କୁ ସମସ୍ତ ତଥ୍ୟ ଦେଇଛନ୍ତି । ରାଜ୍ୟ ସରକାର ପ୍ରବାସୀମାନଙ୍କ ପଂଜୀକରଣକୁ ପୂର୍ବରୁ ବାଧ୍ୟତାମୂଳକ କରିଥିଲେ । ସେହି ଆଧାରରେ କେରଳରୁ ଆସୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ।

“ଶ୍ରୀ ମିଶ୍ର କହିଛନ୍ତି, ଗୃହ ସଚିବ ସଂଜୀବ ଚୋପ୍ରାଙ୍କୁ ରାଜ୍ୟ ସରକାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି । ପ୍ରବାସୀମାନେ ଓଡ଼ିଶାରେ ପହଞ୍ଚିବା ପରେ କେଉଁଠିକୁ ଯିବେ ସେଠାକାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ଓଡ଼ିଶାରେ ଟ୍ରେନ ପହଞ୍ଚିବା ପରେ ଦକ୍ଷିଣାଞ୍ଚଳ ଜିଲ୍ଲାର ଲୋକେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇବେ । ଅନ୍ୟମାନେ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ଖୋର୍ଦ୍ଧାରୋଡ ଷ୍ଟେସନରେ ଓହ୍ଲାଇବେ । ଗନ୍ତବ୍ୟସ୍ଥଳରେ ଓହ୍ଲାଇବା ପରେ ନିଜ ଜିଲ୍ଲାର ଗାଡ଼ିରେ ସେବାନଙ୍କୁ ନିଆଯିବ । ସେଠାରେ ପ୍ରବାସୀଙ୍କୁ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରଖାଯିବ “।

ଅପରେସନ୍ ଶୁଭଯାତ୍ରା ରେ କେରଳ ପରି ଗୁଜରାଟର ସୁରଟ ରୁ ମଧ୍ୟ ଗୋଟିଏ ଟେନ୍ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଗତକାଲି ରାତିରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ,ଏହି ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ ପର୍ଯ୍ୟନ୍ତ ଆସିବ ।

ଟ୍ରେନ ଯେତେବେଳେ ଷ୍ଟେସନରେ ପହଞ୍ଚିବ, ସେହି ସମୟରେ ସେଠାକୁ ବାହାର ଲୋକ ଯାଇପାରିବେ ନାହିଁ , ଏପରିକି ଗଣମାଧ୍ୟମ କୁ ମଧ୍ୟ ନ ଯିବାପାଇଁ ,ସୁଚନା ଓଲୋକସଂପର୍କ ବିଭାଗ ପଖ୍ୟରୁ କୁହାଯାଇଛି। କେବଳ ରେଳ କର୍ମଚାରୀ ଓ ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତ ରହିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun May 3 , 2020
୧-ଆଜି ଓଡିଶା ରେ ନୂଆ ୩ ଜଣ covid-19 ରୋଗୀ ଚିହ୍ନଟ। ୨ ଜଣ ରୋଗୀ ଗଂଜାମ ଜିଲ୍ଲା ର ହେଇଥିବା ବେଳେ ଜଣେ ଝାରସୁଗୁଡ଼ା ର ବୋଲି ସୂଚନା ମିଳିଛି । ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦ ରେ ପହଁଚିଲା । ୨-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା। ୩-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ […]

You May Like

Pin It on Pinterest