
ସଂଜୟ ଶତପଥୀ(କଟକ): ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ସପ୍ତଦିବସୀୟ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ କଟକର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଭବ୍ୟ ଉଦଯାପନ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ବିଭାଗ ର ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର (ଭା.ପୋ.ସେ) ଯୋଗଦେଇ ଅନ୍ତିମ ପର୍ଯ୍ୟାୟରେ ଚମ୍ପିୟାନ କମିଶନରେଟ୍ ପୋଲିସ୍ (ଏ) ଦଳକୁ ଚମ୍ପିୟାନ ଟ୍ରଫି ଓ ରନର୍ସ ଅପ୍ ହୋଇଥିବା ରାଉରକେଲା ପୋଲିସ୍ ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥୂଲେ। ଏହି ସପ୍ତଦିବସୀୟ ପ୍ରତିଯୋଗିତା ରେ କମିଶନରେଟ୍ ପୋଲିସ୍ (ଏ) ଦଳର ଶ୍ରୀ ରଞ୍ଜନ କୁମାର ଭୋଇ ଙ୍କୁ ଶ୍ରେଷ୍ଠ ଗୋଲ୍ କିପର୍, ଶେଖ୍ ଆଲାମ୍ ଶ୍ରେଷ୍ଠ ଡିଫେଣ୍ଡର, ଶ୍ରୀ ଲାଖାଇ ମୁର୍ମୁ ଶ୍ରେଷ୍ଠ ମିଡ୍ ଫିଲଡର, ଜଗତସିଂହପୁର ଜିଲ୍ଲା ପୋଲିସ୍ ଦଳର ଶ୍ରୀ ନିର୍ମଳ ମାରାଣ୍ଡି ଶ୍ରେଷ୍ଠ ଫରଓ୍ବାଡ୍ ଖେଳାଳି ଭାବେ ତଥା ରାଉରକେଲା ପୋଲିସ୍ ଦଳର ଶ୍ରୀ ସମୀର କେରକେଟା ଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ ତୃତୀୟ ସ୍ଥାନ ଅଧିକାର କରିଥୂବା ଜଗତସିଂହପୁର ଜିଲ୍ଲା ପୋଲିସ୍ ଦଳକୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ଏହି ସପ୍ତଦିବସୀୟ ପ୍ରତିଯୋଗିତା ରେ ଓଡ଼ିଶା ପୋଲିସ୍ ବିଭାଗ ର ସମୂଦାୟ ୪୩ ଟି ଦଳ ଭାଗନେଇ ଥିବା ବେଳେ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ କଟକ ର ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ କୁ ପୁରସ୍କୃତ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା ପୋଲିସ୍ ବିଭାଗ ର ବହୁ ପଦସ୍ଥ ପୋଲିସ୍ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରତିଯୋଗିତା କୁ ସଫଳ କରିବା ଦିଗରେ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ଅବଦାନ କୁ ସମସ୍ତ ଅଧିକାରୀମାନେ ପ୍ରଶଂସା କରିଥିଲେ।