
ସଂଜୟ ଶତପଥୀ(କଟକ): ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରୁ “ଧନୁ ସଂକ୍ରାନ୍ତି” ଏକ ଶ୍ରେଷ୍ଠ ପର୍ବ ର ମାନ୍ୟତା ବହନ କରିଛି। ଏହି ପବିତ୍ର ଦିନ ରେ ବିଶ୍ଵନିୟନ୍ତା ଶ୍ରୀକ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପହିଲି ଭୋଗ ଭାବେ ଧନୁମୁଆଁ ଲାଗି କରାଯାଏ। ଓଡ଼ିଶା ର ପ୍ରତ୍ୟେକ ପୁରପଲ୍ଲୀରେ ଏହି ଧନୁ ସଂକ୍ରାନ୍ତି ଘରେ ଘରେ ପାଳନ ହେଉଥିବା ବେଳେ ଏହାର ମହତ୍ତ୍ଵ ଓ ତତ୍ତ୍ୱ ର ବାର୍ତ୍ତା ପ୍ରତି ସନାତନୀ ଙ୍କ ନିକଟରେ ପହଞ୍ଚାଇବା ର ପ୍ରୟାସ ରେ ଏକ ମହୋତ୍ସବ ର ଆୟୋଜନ କଟକର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଚହଟେଶ୍ୱର ଙ୍କ ପୀଠ ପରିସରରେ ବିଶିଷ୍ଟ ସନାତନ ଧର୍ମ ପ୍ରଚାରକ ଙ୍କ ଉପସ୍ଥିତି ରେ ବିଡାନାସୀ ର ବିଣାପାଣି ରାମଲୀଳା ନାଟ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ର ସଭାପତି ଶ୍ରୀ କାଶୀନାଥ ମଲ୍ଲିକ ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ଭାବେ ଜୟ ଭାରତ ମସଲା ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ପଣ୍ଡା, ସ୍ବର୍ଣ୍ଣ ପଦକ ବିଜେତା ବିଶିଷ୍ଟ ନାଟ୍ୟକାର ଶ୍ରୀ ରଣଜିତ ପ୍ରସାଦ ଜେନା, ପଣ୍ଡିତ ଶ୍ରୀ ନିବାସ ଚନ୍ଦ୍ର ମିଶ୍ର, ପଣ୍ଡିତ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଧନୁମୁଆଁ ର ବିଶେଷତ୍ବ ବିଷୟରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇବା ସହ ହିନ୍ଦୁ ଧର୍ମର ସମସ୍ତ ପରମ୍ପରା ଓ ପର୍ବପର୍ବାଣୀ କୁ ସମସ୍ତ ସନାତନ ଧର୍ମୀ ପାଳନ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ, ଶ୍ରୀ କାଳିନ୍ଦୀ ନାରାୟଣ ମଲ୍ଲିକ, ଶ୍ରୀ ଲକ୍ଷ୍ମୀକାନ୍ତ ମଲ୍ଲିକ ଙ୍କ ସହ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଅବଶେଷ ରେ ବରିଷ୍ଠ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ଭଜନ ପରିବେଷଣ କରାଯିବା ସହ ପ୍ରଭୁ ଶ୍ରୀ ଚହଟେଶ୍ୱର ଙ୍କ ନିକଟରେ ଧନୁମୁଆଁ ଭୋଗଲାଗି କରାଯାଇଥିଲା।



