ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଉଦ୍ଘାଟିତ…

ସଂଜୟ ଶତପଥୀ(କଟକ): କଟକ ସଦର ୪୨ ମୌଜାସ୍ଥିତ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶ ଙ୍କ ସଭାପତିତ୍ୱ ରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପ୍ରଫେସର ଡ଼ଃ. ଏସ. କେ. କଲ୍ଲୀମୁଲାହ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଜୀବନରେ କ୍ରୀଡା ର ମହତ୍ତ୍ୱ ସମ୍ବନ୍ଧରେ ବୁଝାଇ ପ୍ରେରଣା ପ୍ରଦାନ କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସହ ଶାରୀରିକ ବ୍ୟାୟାମ ଓ କ୍ରୀଡା ଜୀବନରେ କିପରି ଭୂମିକା ଗ୍ରହଣ କରେ ଏବଂ ସରକାରୀ ସ୍ତରରେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମ୍ୟାନ ବିନୟ ମହାପାତ୍ର, କଳପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ମାଝୀ ଯୋଗ ଦେଇଥିଲ।

ବିଦ୍ୟାଳୟର ୩୬୯ ସଂଖ୍ୟକ ଛାତ୍ର ଛାତ୍ରୀ ବିଭିନ୍ନ ଖେଳରେ ଭାଗ ନେଇ ନିଜ ନିଜର ପାରଦର୍ଶିତା ଦେଖାଇଥିଲେ। ଖେଳ ଶିକ୍ଷୟିତ୍ରୀ ସ୍ଵାଗତିକା ଦଳାଇ, ଖେଳ ଶିକ୍ଷକ ମୂର୍ତ୍ତେଜା ଖାନ, ସୁଦର୍ଶନ ବେହେରା, କାର୍ତିକ ଚନ୍ଦ୍ର ଦାଶ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ଭାରତର ଆଗମୀ ଭବିଷ୍ୟତ ଏବେ ନିଶା କବଳରେ- ସୁପ୍ରିମକୋର୍ଟ....

Tue Dec 17 , 2024
ବାସ୍ତବବ୍ୟୁରୋ: ନିଶା କବଳରେ ଯୁବପୀଢି। ନଷ୍ଟ ହେଉଛି ଭବିଷ୍ୟତ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ଅବିଭାବକ, ସମାଜ ଓ ସରକାରୀ ଏଜେନ୍ସିକୁ ଚେଷ୍ଟା କରିବା ଉଚିତ। ଯୁବପୀଢିଙ୍କୁ ଏଥିରୁ ବାହାର କରିବା ଦରକାର। ନଚେତ ପରିଣାମ ଖୁବ୍ ଭୟଙ୍କର ହୋଇପାରେ। କୋର୍ଟ କହିଛନ୍ତି ନିଶାରେ ବୁଡିବା […]

You May Like

Pin It on Pinterest