ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ….

ସଂଜୟ ଶତପଥୀ(କଟକ): ବର୍ତ୍ତମାନ ଓଡିଶାରେ ପ୍ରଚଣ୍ଡ ଶୀତର ଲହରୀ ବୋହୁଥୂବା ବେଳେ ଅସହାୟ,ଗରୀବ ଓ ରାସ୍ତା କଡ଼ରେ ଗୃହ ଶୂନ୍ୟ ଜନସାଧାରଣ ବିନା ଶୀତବସ୍ତ୍ର ରେ ବହୁ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ଏହି କଷ୍ଟ ଦାୟକ ଜୀବନ ଅତିବାହିତ କୁ ହୃଦୟଙ୍ଗମ କରି କଟକ ର ପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ସଭାପତି ଶ୍ରୀ ନିବାସ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ପ୍ରଥମ ପର୍ଯ୍ୟାୟରେ କାଠଯୋଡି ମୁଣ୍ଡାସାହି ଓ ଦ୍ବିତୀୟ ପର୍ଯ୍ୟାୟ ରେ ବାଦାମବାଡ଼ି ଓ ଦୋଳମୁଣ୍ଡାଇ ରେ ଅସହାୟ ଲୋକମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରାଯାଇଥିଲା।

ପ୍ରଚଣ୍ତ ଶୀତରେ ଥରୁଥୂବା ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରି ହସ ଫୁଟାଇବାରେ ଚେଷ୍ଟା କରି ଅନେକ ଆଶ୍ରିବାଦ ସାଉଁଟାଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ। ଏହି ରାତ୍ରିକାଳୀନ ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପ-ସଭାପତି ଶ୍ରୀ ନିବାସ ମିଶ୍ର, ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ସାହୁ,ସହ-ସମ୍ପାଦିକା ଶ୍ରୀମତୀ କଳ୍ପନା ବେହେରା, କୋଷାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ଜେନା, ବରିଷ୍ଠ ସଦସ୍ୟା ମାନସୀ ଦାସ, ପରିଚାଳନା ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାହୁ, ପ୍ରାକ୍ତନ କର୍ପୋରେଟର ଶ୍ରୀ ପ୍ରମୋଦ ବେହେରା, ସମାଜସେବୀ ଶ୍ରୀ କୀର୍ତ୍ତି କୁମାର ସାହୁ ଓ ଶ୍ରୀ ବିକ୍ରମ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ ।

ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସହ ଆହୁରି ବହୁତ ଜନସେବା କାର୍ଯ୍ୟକ୍ରମ ର ପ୍ରସ୍ତୁତି ଚାଲିଛି ଏବଂ ଆଗାମୀ ଦିନରେ କରାଯିବ ବୋଲି ସମ୍ପାଦିକା ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ ବାର୍ଷିକ କ୍ରୀଡାତ୍ସୋବ ...

Fri Dec 20 , 2024
ସଂଜୟ ଶତପଥୀ(କଟକ): କଟକ ର ଓଡ଼ିଶା ରିଜର୍ଭ ପୋଲିସ୍ ଲାଇନ୍ ରେ ଥୂବା ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ କ୍ରୀଡ଼ା ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ଉତ୍ସବ ର ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ମୂଖ୍ୟାଳୟ ର ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ […]

You May Like

Pin It on Pinterest