
ସଂଜୟ ଶତପଥୀ(କଟକ): ସାରା ବିଶ୍ବରେ ପରିବେଶ ସନ୍ତୁଳନତା କୁ ନେଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଥିବା ବେଳେ ସଚେତନତା ର ଅଭାବରୁ ସ୍ନାୟୁଗତ ଓ ସ୍ତନ କର୍କଟ ରୋଗ ର ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷ କରି ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ସହରାଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଚେତନତା ର ଅଭାବ ଦେଖାଦେଇଛି। ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଆଜି ରୋଟାରୀ କ୍ଲବ ଅଫ୍ କଟକ ମହାନଦୀ ପକ୍ଷରୁ କଟକ ର ବାଙ୍କୀ ସବ୍ ଡିଭିଜନ ଅନ୍ତର୍ଗତ ଡମପଡା ର ସାମନ୍ତରାପୁର ର ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ହାଇସ୍କୁଲ ପରିସରରେ କ୍ଲବ ର ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ଯଶ୍ରୀ ଙ୍କ ସଭାପତିତ୍ବରେ ସ୍ନାୟୁ ଓ ସ୍ତନ କର୍କଟ ରୋଗ ର ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରୋଟାରୀ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀଆନ୍ ୟାଜ୍ଞାଶିଷ୍ ମହାପାତ୍ର ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ବକ୍ତା ଭାବେ କଟକ ର କାର୍ସିନୋଭା କ୍ୟାନ୍ସର ହସପିଟାଲ ର ମେଡିକାଲ ଅଫିସର ଡ. ସୂର୍ଯ୍ୟ ପ୍ରକାଶ ସାହୁ, ସମ୍ମାନିତ ଅତିଥି ଭାବେ ସାମନ୍ତରାପୁର ଗ୍ରାମ୍ୟ କମିଟି ର ସଭାପତି ଶ୍ରୀ ବସନ୍ତ କୁମାର ଦାଶ, ଶ୍ରୀ ପବିତ୍ର ମୋହନ ଷଡ଼ଙ୍ଗୀ , ପ୍ରଧାନ ଶିକ୍ଷକ ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ହାଇସ୍କୁଲ, ଶ୍ରୀମତୀ ସ୍ନେହ ଦଳେଇ, ବରିଷ୍ଠ ସଦସ୍ୟ, କାର୍ସିନୋଭା କ୍ୟାନ୍ସର ହସପିଟାଲ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ରୋଟାରୀ କ୍ଲବ ଅଫ୍ କଟକ ମହାନଦୀ ର ସମ୍ପାଦକ ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର କୁମାର ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ଆମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।ପରେ ପରେ ପ୍ରଦୀପ ପ୍ରଜ୍ବଳନ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୂଖ୍ୟ ଅତିଥି ରୋଟାରୀଆନ୍ ଶ୍ରୀ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ପରିବେଶ ର ସୁରକ୍ଷା, ଉତ୍ତମ ଖାଦ୍ୟ ଓ ସଂଯମତା ଦିଗରେ ଧ୍ୟାନ ଦେବାକୁ ବାର୍ତ୍ତା ଦେବା ସହ ଏହି ବାର୍ତ୍ତା କୁ ସମସ୍ତ ଙ୍କୁ ବାଣ୍ଟିବାକୁ ଅନୁରୋଧ କରିଥିଲେ।, ଯାହା ଫଳରେ କି ଏକ ରୋଗମୁକ୍ତ ଓଡ଼ିଶା ଗଠନ ହେବାରେ ସହାୟକ ହେବ। ଅନ୍ୟ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ କୁସଙ୍ଗ, ନିଶାଦ୍ରବ୍ୟ ଓ କୁ ଅଭ୍ୟାସ ପରିତ୍ୟାଗ କରିବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ଯଶ୍ରୀ ଓ ସମ୍ପାଦକ ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର କୁମାର ଦାସ ଙ୍କ ଆହ୍ବାନ ରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯିବା ସହ ରୋଗ ର ମୂଳ କାରଣ ସାଜିଥିବା ଅସ୍ବଛ ଜଳ ଲାଗି ସ୍ବଚ୍ଛ ଜଳପ୍ରଦାନକାରୀ ମେସିନ ପ୍ରଦାନ କରାଯାଇଥିଲା।ଏଥୂସହ କଟକ ସି.ଡି.ଏ ୬ ନମ୍ବର ସେକ୍ଟର ସ୍ଥିତ ଜେ.ପି.ଏମ୍. ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥୂଲା। ଏହି ଚକ୍ଷୁ ଚିକିତ୍ସା ଶିବିରରେ ବହୁ ଅଭିଜ୍ଞ ଚକ୍ଷୁ ଚିକିତ୍ସକ ଙ୍କ ଦ୍ଵାରା ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ତ୍ରିଲୋଚନ ପ୍ରଧାନ ଓ ଶ୍ରୀ ପଦ୍ମ ଲୋଚନ ସାହୁ ପରିଚାଳନା କରିଥିଲେ। ଅବଶେଷରେ ସମ୍ପାଦକ ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



