
ସଂଜୟ ଶତପଥୀ(କଟକ): ଆଗାମୀ ୭୬ ତମ ସାଧାରଣତନ୍ତ୍ର ଦିବସ କଟକ ଜିଲ୍ଲା ରେ ପାଳନକୁ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରସ୍ତୁତି ବୈଠକ ରେ ଏକ ନୂତନ ନିଷ୍ପତ୍ତି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଗତ ବହୁବର୍ଷ ଧରି ଏହି ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ କଟକ ର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବା ଓ ମହାସମାରୋହରେ ପାଳିତ ହୋଇଆସୁଥୂବା ବେଳେ ଚଳିତ ବର୍ଷ କିନ୍ତୁ ଏହାର ବ୍ୟତିକ୍ରମ ଘଟିଛି। ପ୍ରସ୍ତୁତି ବୈଠକ ରେ ଅଧ୍ୟକ୍ଷତା କରୁଥିବା ମାନନୀୟ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଚଳିତ ବର୍ଷ ବାରବାଟୀ ଷ୍ଟାଡିୟମ୍ ଠାରେ ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ହେବନାହିଁ ଏବଂ ଏହି କାର୍ଯ୍ୟକ୍ରମ ଲାଗି କଟକ ର ବିଡାନାସୀ ଠାରେ ଥିବା ମିନି ଷ୍ଟାଡିୟମ କୁ ଆପାତତଃ ସ୍ଥିର କରାଯାଇଥିବା ଏବଂ ଏକ ଟିମ୍ ଆସନ୍ତାକାଲି ଏହି ମିନି ଷ୍ଟାଡିୟମ ର ସର୍ବେକ୍ଷଣ ଲାଗି ଯିବେ ବୋଲି ମତପୋଷଣ କରିଛନ୍ତି। ଏହି ସମ୍ମିଳନୀ ରେ କଟକ ମହାନଗର ଶାନ୍ତି କମିଟି ର ସଭାପତି ଶ୍ରୀ ଦେବେନ୍ଦ୍ର ପ୍ରସାଦ ସାହୁ, ସମ୍ପାଦକ ଶ୍ରୀ ଭିକାରୀ ଦାସ ଙ୍କ ସହ ବହୁ କର୍ମକର୍ତ୍ତା ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ରହିବ ପ୍ରଜ୍ଞାପନ ମେଢ଼ ଓ ଓଡ଼ିଶା ର ଐତିହ୍ୟ, ପରମ୍ପରା ର କିଛି ସ୍ମୃତି। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ମିଳନୀ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।



