
ସଂଜୟ ଶତପଥୀ(କଟକ): ଦ୍ବୈତ ନଗରୀ କଟକ-ଭୁବନେଶ୍ବର ରେ ସଚେତନତା ଅଭାବରୁ ଜନସାଧାରଣ ଦୈନନ୍ଦିନ ସଡକ ଦୁର୍ଘଟଣାର ଶୀକାର ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଛି।
ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ବିଭାଗ, ଓଡ଼ିଶା ଟ୍ରାଫିକ ପୋଲିସ୍, ସମାଜସେବୀ ଅନୁଷ୍ଠାନମାନେ ପ୍ରତି ଛକ, ରାସ୍ତା ପାର୍ଶ୍ବରେ ଉପସ୍ଥିତ ରହି ଗାଡ଼ି ଚାଳକମାନଙ୍କୁ ସରକାରୀ ନିୟମାନୁସାରେ ଗାଡ଼ି ଚଲାଇବାକୁ ତଥା ଆକସ୍ମିକ ଦୁର୍ଘଟଣା ରୁ ଅମୂଲ୍ୟ ଜୀବନ ହାନି ବିଷୟରେ ସୂଚନା ଦେବା ସହ ସଚେତନ କରାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଆମ ସାଥିରେ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାନେତ୍ରୀ ଦେବଶ୍ରୀ ଆହ୍ବାନ ରେ ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଦୀପ୍ତ ନାୟକ ଓ ଶ୍ରୀ ପ୍ରେମାନନ୍ଦ ପରିଡା ଙ୍କ ନେତୃତ୍ବରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଙ୍କ ର ଏକ ଶୋଭାଯାତ୍ରା ସଡକ ସୁରକ୍ଷା ସଚେତନତା ର ବ୍ୟାନର ସହ ବିଭିନ୍ନ ସ୍ଲୋଗାନ ଦେଇ କଟକ ର SGBL Mall,ସତୀ ଚଉରା ଠାରୁ ବାହାରି ବେଲଭ୍ଯୁ ଛକଠାରେ ପହଞ୍ଚିଥିଲେ।
ଏହି ସଚେତନକାରୀ ଦଳ ବେଲଭ୍ଯୁ ଛକଠାରେ ଗାଡ଼ି ଚାଳକ ମାନଙ୍କୁ ଅଟକାଇବା ସହ ସରକାର ଙ୍କ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବାକୁ ବୁଝାଇଥିଲେ। ଏହି ଜନହିତକାରୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ମର୍କତ ନଗର ଥାନାଧିକାରୀ ଓ ବରିଷ୍ଟ ଅଧିକାରୀ,ମା’ବାଉତୀ ସେବା ସଂଗଠନ, ରୟାଲ ବ୍ରଦର୍ସ,ଓ ସମ୍ପର୍କ ହୃଦୟ ସଂଗଠନ ର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ୍ ହୋଇଥୂଲେ। ଏହି ଜନହିତକର କାର୍ଯ୍ୟକ୍ରମକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।