
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ପୈାରାଧ୍ଯକ୍ଷା ଶ୍ରୀମତୀ ସରିତା ସାହୁ ପତାକା ଉଡ଼ାଇ ଶୁଭାରମ୍ଭ ର ଘୋଷଣା କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି ଙ୍କ ନେତୃତ୍ବରେ ୫୦ ଜଣରୁ ଅଧୂକ ବରିଷ୍ଠ ନାଗରିକ ଯୋଗଦେଇ ଉତ୍ସାହର ସହ ଏହି ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥୂଲେ।
ପୈାରାଧ୍ଯକ୍ଷା ଶ୍ରୀମତୀ ସାହୁ ବରିଷ୍ଠ ନାଗରିକମାନଙ୍କର ଏହି ପ୍ରଶଂସନୀୟ ଜନହିତକର କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ କେବଳ ବରିଷ୍ଠ ନାଗରିକ ନୁହେଁ ସମସ୍ତ ନାଗରିକମାନେ ଏହି ପରି ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ ରହିଲେ ଅଞ୍ଚଳର ସ୍ବଚ୍ଛତା ସହ ସ୍ବଛଭାରତ ଗଠନ ହେବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ମଞ୍ଚର ବରିଷ୍ଠ ସଦସ୍ୟ ଶ୍ରୀ ଫକୀର ଚରଣ ଖଟୁଆ, ଶ୍ରୀ ନରୋତ୍ତମ ଜେନା, ଡଃ ବିଜୟ କୁମାର ଦାସ, ଡଃ ଶରତ ଚନ୍ଦ୍ର ସ୍ବାଇଁ, ଡଃ ଉପେନ୍ଦ୍ର ନାଥ ପ୍ରଧାନ, ଶ୍ରୀ ଅକମଲ୍ ଅଲ୍ଲୀ, ଶ୍ରୀ ପରମାନନ୍ଦ ସେଠୀ, ଶ୍ରୀ କୈଳାସ ସ୍ବାଇଁ, ଶ୍ରୀ ପ୍ରହ୍ଲାଦ ମଲ୍ଲ, ଶ୍ରୀ ଅକ୍ଷୟ କୁମାର ନାୟକ, ଶ୍ରୀ ବୈଷ୍ଣବ ଚରଣ ସ୍ବାଇଁ, ଶ୍ରୀ ଲକ୍ଷ୍ମୀକାନ୍ତ ଦାସ, ଶ୍ରୀ ନିତ୍ୟାନନ୍ଦ ସୁଆର, ଶ୍ରୀ ନୁରୁଲ୍ ଅମିନ, ଶ୍ରୀ ହରେକୃଷ୍ଣ ପତି, ଶ୍ରୀମତୀ ମୀନାକ୍ଷୀ ପତି ଓ ଶ୍ରୀ କରୁଣାକର ଦାସ ଙ୍କ ସହ ଜିଲ୍ଲା ର ବହୁ ବରିଷ୍ଠ ପ୍ରତିଷ୍ଠିତ ନାଗରିକମାନେ ଯୋଗଦେଇଥିଲେ। ଅବଶେଷ ରେ ବର୍ଷୀୟାନ କବି ଶ୍ରୀ କବି ଚରଣ ସାହୁ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



