
ବରଗଡ଼:-୪/୨(ନବୀନ କୁମାର ଦାଶ):ଫେବୃୟାରୀ ୪ ତାରିଖ ବିଶ୍ବ କର୍କଟ ଦିବସ ଅବସରରେ ବରଗଡ ଫାଇଟର ଗ୍ରୁଫ ଆୟୋଜନରେ ଓ ଜାବ୍ ଅତାବିରା ଶାଖାର ସହଯୋଗ ରେ ସକାଳ ୯ଟାରୁ କେନସର ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ପଦଯାତ୍ରା ଅଗ୍ରସେନ ଭବନ ରୁ ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇ ଥିବାବେଳେ ସଚେତନତା ପଦ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର,ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ଅରୁଣ ବାରିକ,ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର,ଅତାବିରା କଲେଜର ଅଧ୍ୟକ୍ଷ ଅଶ୍ବିନୀ ପଧାନ, କୃଷକ ସଂଗଠନ ର ବୀରେନ୍ଦ୍ର କର,ଅରବିନ୍ଦ ସ୍କୁଲ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ,ଆମ ସହର ଦାୟିତ୍ବ ଆମର ସଂଘର ସଭାପତି ଶେଷଦେବ ନାଏକ,ଡ୍ରଗିଷ୍ଟ ଓ କେମିଷ୍ଠ ସଂଘର ଡାକ୍ତର ପ୍ରକାଶ ମିଶ୍ର,ଡାକ୍ତର ଚିତ୍ତରଂଜନ ଜେନା, ମାରଓ୍ବାଡି ସମାଜର ଉମେଶ ଅଗ୍ରଓ୍ବାଲ,ଗୋଡଭଗା ଲାୟନ୍ସ କ୍ଲବ, ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ର, ସୁରେଶ ଦାସ,ଖିରୋଜ ନାୟକ, କୀର୍ତ୍ତନ ବିଶ୍ବାଲ,ନରେନ୍ଦ୍ର ଦାଶ, ସୁରେନ୍ଦ୍ର କଠାର,ନଗର ସଭାପତି ସତୀଶ,ସୁରେନ୍ଦ୍ର ସ୍ବାଇଁ,କୌଶିକ ମହାକୁର,ଅତାବିରା କଲେଜ, ଲାଦରପାଲି ଅରବିନ୍ଦ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ପ୍ଲାଏ କାର୍ଡ ଧରି ସ୍ଲୋଗାନ ମାନ ଦେଇ ସଚେତନ କରିଥିଲେ।ସର୍ବପ୍ରଥମେ କେନସର ସଚେତନତା ଦସ୍ତଖତ ଅଭିଯାନ କରାଯାଇଥିଲା।