
ସଂଜୟ ଶତପଥୀ(କଟକ): ଓଡ଼ିଶା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଟକର ପ୍ୟାରୀମୋହନ ଏକାଡେମୀ ର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପାଣ୍ଡବ ଭାଇ ଙ୍କ ଅକାଳ ବିୟୋଗ ରେ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ (ପାଓସା) ପକ୍ଷରୁ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବୋଷ ଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଏକ ଶୋକାସଭା ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନଗେନ୍ଦ୍ର କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ଦୁଇ ଦିବଂଗତ ଙ୍କର ସ୍ମୃତି ଚାରଣ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରାତନ ଛାତ୍ର ସଂସଦ ର ପୂର୍ବତନ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ମିଶ୍ର ନିଜ ଶ୍ରଦ୍ଧାଞ୍ଜଳି ଭାଷଣରେ ସ୍ବଃ ହୃଦୟନାଥ ଦାଶ ଏହି ଶିକ୍ଷାନୁଷ୍ଠାନ ର ଗର୍ବ ତଥା ପ୍ରଥମ ଫଟୋ ସାମ୍ବାଦିକ ଭାବେ ସୁପରିଚିତ ଥିବା ଏବଂ ସମଗ୍ର ଭାରତବର୍ଷରେ ନିଜର ତଥା ଓଡ଼ିଶା କୁ ଗର୍ବିତ କରିଥିଲେ ବୋଲି ଭାବପୂର୍ଣ୍ଣ ଭାବେ କହିଥିଲ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନିଷା ବିଶ୍ବାଳ ଦୁଇ ଦିବଂଗତ ଆତ୍ମା ର ସଦଗତି କାମନା କରିଥିଲେ। ସଂସଦର ଅନ୍ୟ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ସାହୁ, ନାରୀନେତ୍ରୀ ପୁଷ୍ପିତା ମହାପାତ୍ର, ଶ୍ରୀମତୀ ଗୀତାଞ୍ଜଳି ପତି, ଶ୍ରୀ ପୁଷ୍ପାଙ୍କ ବାନାର୍ଜୀ, ଶ୍ରୀ ରବିନାରାୟଣ ମିଶ୍ର , ଶ୍ରୀ ରତନ କୁମାର ମିଶ୍ର, ଶ୍ରୀ ଏମ୍.ଡି.ଫିରୋଜ ରେହେମାନ, ଶ୍ରୀ ସତ୍ଯେନ୍ଦ୍ର ମୋହନ ସିଂ ସହ ବହୁ ସଦସ୍ୟ ଓ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଦୁଇ ଦିବଂଗତ ଆତ୍ମା ଙ୍କର ସଦଗତି କାମନାର୍ଥେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅବଶେଷ ରେ ପୁଷ୍ପିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।