ପରଲୋକରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ

ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ। 

ମାୟାଧର ରାଉତ କଟକ ଜିଲ୍ଲାରେ ୧୯୩୦ ମସିହା ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବଡ଼ଭାଇ ହରିହର ରାଉତଙ୍କ ପ୍ରଭାବରେ ସେ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ହୋଇଥିଲେ। ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର, ଯୁଧିଷ୍ଠିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ। ରାମ ଗୋପାଳ ମିଶ୍ରଙ୍କଠାରୁ ସେ କଥକ ନୃତ୍ୟ ଶିକ୍ଷା କରିଥିଲେ। ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରି କଳାକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା କରିଥିଲେ। 

ସେୟାର କରନ୍ତୁ

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୯ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ...

Mon Feb 24 , 2025
ମେଦ ବହୁଳତାରୁ ଦୂରେଇ ନିଜକୁ ଫିଟ ରଖିବା: ମନମୋହନ ସାମଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ିଛି ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି ଏଆଇ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଆହ୍ୱାନଭୁବନେଶ୍ୱରତା.୨୩/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା,ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ […]

You May Like

Pin It on Pinterest