ଓଡ଼ିଶା ର ଶ୍ରମିକ ନେତା କର୍ଣ୍ଣାଟକ ରେ ସମ୍ମାନିତ…

ସଂଜୟ ଶତପଥୀ(କଟକ): ସମଗ୍ର ଭାରତବର୍ଷରେ କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କର ଦ୍ବୀଦିବସୀୟ ସର୍ବଭାରତୀୟ ସମ୍ମିଳନୀ କର୍ଣ୍ଣାଟକର ମାଙ୍ଗାଲୋର ସହରସ୍ଥିତ ସଂଘ ନିକେତନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାସମାବେଶ ରେ ଭାରତ ର ୨୮ ଟି ରାଜ୍ୟରୁ ଅନ୍ୟୁନ ୪୦୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ଏହି ମହାସମାବେଶ ରେ ଭାରତୀୟ ମଜଦୂର ସଂଘ ର ସର୍ବଭାରତୀୟ ସଭାପତି ଶ୍ରୀ ହିରଣ୍ମୟ ପାଣ୍ଡିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଖିଳ ଭାରତୀୟ ନିର୍ମାଣ ଶ୍ରମିକ ମହାସଂଘ ର ରାଷ୍ଟ୍ରୀୟ ସଭାପତି ଶ୍ରୀ ମୁରାରୀ ଜୀ ଓ ସାଧାରଣ ସମ୍ପାଦକ ଶ୍ରୀ ଜଙ୍ଗ୍ ବାହାଦୁର ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ମହାସମାବେଶ ର ଏହି ଆଲୋଚନାରେ ଭାରତୀୟ ମଜଦୂର ସଂଘ ର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ମହାସମାବେଶର ପ୍ରାରମ୍ଭରେ ଏକ ନିର୍ମାଣ ଶ୍ରମିକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥୂଲା। ଏହି ସମାବେଶରେ ସଭାପତିତ୍ବ କରୁଥିବା ଅଖୂଳ ଭାରତୀୟ ନିର୍ମାଣ ଶ୍ରମିକ ମହାସଂଘ ର ରାଷ୍ଟ୍ରୀୟ ଉପ-ସଭାନେତ୍ରୀ ଶ୍ରୀମତୀ ସୁନନ୍ଦା ନାଥ ନିଜ ବକ୍ତବ୍ୟରେ ସମଗ୍ର ଦେଶରେ ନିର୍ମାଣ ଶ୍ରମିକମାନଙ୍କ ଲାଗି ଗୋଟିଏ ପ୍ରକାର ସୁବିଧା,ଇ-ଶ୍ରମ ପୋର୍ଟାଲ ସହ ସେସ୍ ସଂଗ୍ରହ ଲାଗି ଗଠିତ କମିଟି ରେ ଶ୍ରମିକ ସଂଘକୁ ଅନ୍ତର୍ଭୁକ୍ତ କରିବା ଲାଗି ଦାବୀ ରଖିଥିଲେ।

ଏହି ମହାସମାବେଶ ରେ ଓଡ଼ିଶା ର ବିଶିଷ୍ଟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ବସନ୍ତ କୁମାର ସାହୁ ଙ୍କୁ ଶ୍ରମିକମାନଙ୍କର ହିତ ଲାଗି ନିଃସ୍ଵାର୍ଥପର ସଂଗ୍ରାମ ଲାଗି ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ମାନପତ୍ର,ଫଳକ, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅବଶେଷ ରେ ଅଖିଳ ଭାରତୀୟ ନିର୍ମାଣ ଶ୍ରମିକ ମହାସଂଘ ର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଅରୁଣ କୁମାର ଲେଙ୍କା ନିଜ ବକ୍ତବ୍ୟରେ ମହାସଂଘ ର ଏକତା ହିଁ କାମ୍ୟ ବୋଲି ମତପୋଷଣ କରିବା ସହ ଉପସ୍ଥିତ ସମସ୍ତ ଙ୍କୁ ସମାବେଶ ର ସଫଳତା ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ : ଅନିଲ ବିଶ୍ୱାଳ

Tue Mar 11 , 2025
 ସୀମାନିର୍ଦ୍ଧାରଣ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ ବିଜେଡି ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୧/୦୩: ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ ।ସାରା […]

You May Like

Pin It on Pinterest