ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ପରଲୋକ ଘଟିଛି । ଡକ୍ଟର ପ୍ରଧାନ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ ଦେଶ ଓ ଦଳ ପାଇଁ ଅପୂରଣୀୟ କ୍ଷତି ହୋଇଛି ।

୧୯୪୧ ମସିହା ଜୁଲାଇ ୧୬ ତାରିଖରେ ସ୍ୱର୍ଗତଃ ଡକ୍ଟର ପ୍ରଧାନ ଜନ୍ମଗ୍ରହଣ କରିଥିଲେ । ୧୯୬୬ ମସିହାରେ କଟକ ଏସ୍‌ସିବି ମେଡିକାଲରୁ ଏମ୍‌ବିଏସ୍ ଡିଗ୍ରୀ ହାସଲ କରିବା ପରେ ତାଳଚେରରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଦୃଢ଼ ସଙ୍ଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବାଜପେୟୀଙ୍କ ସରକାରରେ ୨ ଥର କେନ୍ଦ୍ରମନ୍ତ୍ରୀ, ୩ ଥର ବିଜେପି ରାଜ୍ୟ ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ । ସ୍ୱର୍ଗତଃ ଡକ୍ଟର ପ୍ରଧାନ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେବା ସହ ରାଷ୍ଟ୍ରୀୟ ଉପସଭାପତି ଭାବେ ସୁଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ଦଳକୁ ତ୍ରୁଣମୂଳସ୍ତରରୁ ମଜ୍‌ଭୁତ କରିବାରେ ତାଙ୍କ ଭୂମିକା ଅତୁଳନୀୟ ।

ଡକ୍ଟର ପ୍ରଧାନ ସମାଜ ଏବଂ ସଙ୍ଗଠନରେ ସମସ୍ତଙ୍କୁ ଭଲପାଇବା ସହ ଏକ ଅମାଇକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।ତାଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରାର୍ଥନା କରିଛନ୍ତି ।

ସେୟାର କରନ୍ତୁ

Next Post

ବ୍ୟାଙ୍କ ଧର୍ମଘଟ ଡାକରା

Mon Mar 17 , 2025
ବାସ୍ତବ ବ୍ୟୁରୋ:ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ଏବଂ ୨୫ ତାରିଖ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି। ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।  ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ […]

You May Like

Pin It on Pinterest