
ସଂଜୟ ଶତପଥୀ(କଟକ)୨୫.୩.୨୦୨୫: ଆସନ୍ତା ଏପ୍ରିଲ ୧୨ତାରିଖ କଟକ ଠାରେ ହେବାକୁ ଯାଉଥିବା ପେନସନର ମହାସଂଘର ୬ଷ୍ଠ ସମ୍ମିଳନୀକୁ ସଫଳ କରିବାକୁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସି ଡି ଏ ଯୋନର ଏକ ପ୍ରସ୍ତୁତି ସଭା ମାର୍ଚ୍ଚ ୨୪ତାରିଖ ସନ୍ଧ୍ୟାରେ ସେକ୍ଟର -୮ଶିବ ମନ୍ଦିର ପ୍ରାଙ୍ଗଣରେ ଯୋନ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଅସୁସ୍ଥତା ନେଇ ଆସି ପାରିବେନି ବୋଲି ଜଣାଇବା ପରେ ବରିଷ୍ଠ ସଦସ୍ୟ ଶ୍ରୀ ଶିଶିର କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ସଭା ଆରମ୍ଭରେ ସମ୍ପାଦକ ଶ୍ରୀ ଦ୍ୱାରିକା ନାଥ ମହାନ୍ତି ଓ.ଏସ.ଆର.ଇ.ଏଫ.ଆହ୍ଵାନ କ୍ରମେ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁଵିଧା ଆଦି ୯ଦଫା ଦାବିଉପରେ ମାର୍ଚ୍ଚ ୨୦ ତାରିଖ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଡାକ ଯୋଗେ ପଠା ଯାଇଥିବା ସ୍ମାରକପତ୍ର ଉପରେ ସୂଚନା ଦେଇଥିଲେ ।
ଆସନ୍ତା ଏପ୍ରିଲ ମାସ ୧୨ତାରିଖ ଶନିବାର କଟକ ଶାରଳା ଭବନ ଠାରେ ହେବାକୁ ଯାଉଥିବା ପେନସନର ମହାସଂଘର ୬ଷ୍ଠ ସମ୍ମିଳନୀକୁ ଯୋନର ସମସ୍ତ ପେନସନର ଭାଇ ଭଉଣୀ ମାନଙ୍କ ନିକଟରୁ ବ୍ୟକ୍ତିଗତ ସାକ୍ଷାତ କରି ଆର୍ଥିକ ସହାୟତା ସଭ୍ୟ ପିଛା ୫୦୦ ଟଙ୍କା ସଂଗ୍ରହ, ପ୍ରତିନିଧି ସଂଖ୍ୟା ୩୦ ଜଣ ଯୋଗ ଦେବା, ଅଧିକ ଅର୍ଥ ଜୋନ ଦେୟ ଦେବା,ପ୍ରଚାରପତ୍ର ବିତରଣ,ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ବ୍ୟାନର ମାରିବା ଇତ୍ୟାଦି ଦାୟିତ୍ୱ ନେବା ପାଇଁ ନିଷ୍ପତ୍ତି କରାଯାଇଛି।
ପ୍ରତିକୂଳ ପାଗ ସତ୍ୟେ ବହୁ ସାଥି ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା।ଶେଷରେ ସଭାପତି ଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ବୋଲି ସମ୍ପାଦକ ଦ୍ଵାରିକାନାଥ ମହାନ୍ତି ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।