
ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ଠାରେ ବାର୍ଷିକ ଉତ୍ସବ ପାଲନ ଅବସରରେ ସାଧାରଣ ସଭା,ପୁରସ୍କାର ବିତରଣ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।
ଏହି ଅବସରରେ ବିଶ୍ବ ନାଟ୍ୟ ଦିବସ ପାଲନ ପରିପ୍ରେକ୍ଷୀରେ ଅନୁଷ୍ଠାନ ର କଲାକାର ମାନେ ପ୍ରସ୍ତୁତ କରିଥିଲେ ସମଲପୁରୀ ନାାଟକ “ବଉଁଶବୁଡା”।ମନୋଜ କୁମାର ଭୋଇ ଙ୍କ ଲିଖିତ ଓ ନିର୍ଦେଶନା ରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାକୁ ଭରପୁର ପ୍ରୟାସ କରି ଥିଲେ କଲାକାର ମାନେ।ମଣିଷ ଖୁବ୍ ସ୍ବାର୍ଥପର,ନିଜ ସ୍ବାର୍ଥ ସାଧନ ପାଇଁ ସେ ଧ୍ବଂସ କରିଚାଲିଛି ପ୍ରକୃତିକୁ।ତା ସାମ୍ନାରେ ଆଜି ସମସ୍ତେ ନିରୁତ୍ତର,ନିରସ୍ତ୍ର।ପଶୁ ପକ୍ଷୀ,ଗଛଲତା,ଜୀବଜନ୍ତୁ କେହି ମଧ୍ଯ ମୁକୁଲି ପାରି ନାହାଁନ୍ତି ତା ଅତ୍ୟାଚାର ରୁ। ଅନେକ ବଂଶ ବୁଡି ସାରିଲେଣି ଆଉ କେତେ ବଂଶ ବିଲୁପ୍ତ ଦ୍ବାରରେ।ଏମିତି ଏକ ସତ୍ଯ ଘଟଣା ଉପରେ ଆଧାରିତ କାହାଣୀ ରେ ଅତ୍ୟାଚାର ର ଶୀକାର ହୋଇଛନ୍ତି ପକ୍ଷୀ ଡୋଡୋ ଓ ବୃକ୍ଷ କାଲଭେରିଆ।
ଛାତ୍ରଛାତ୍ରୀ ମାନଙ୍କ ହ୍ରୁଦୟ ସ୍ବର୍ଶୀ ସଂଲାପ ଓ ଅଭିନୟ ଦର୍ଶକ ମାନଙ୍କୁୁ ବାନ୍ଧି ରଖିଥିଲା।ପରିବେଶ କୁ ଭାବବିହ୍ୱଳ କରି ପକାଇଥିଲା।ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅର୍ଣବ, ରିତେଶ,ବିବେକ,ନିଲେଶ,ସୁମିତ,ସମ୍ବିତ, ଜୋସ୍ନା,ଶେଫାଳୀ ଓ ଟ୍ବିଙ୍କଲ।ନାଟକ ର ସଫଳତା ରେ ସାହାଯ୍ୟ କରିଥିଲେ ସୌାମ୍ୟା ରାଉତ,ପୂର୍ଣିମା ପଟନାୟକ, ସୁଦାମ ଭୁଏ,ରାକେଶ ମହାକୁର,ଧର୍ମେନ୍ଦ୍ର ବାରିକ,ମନୁ ସାହୁ,ଅଂଜଲୀ ପ୍ରଧାନ, ପ୍ରଭାସିନୀ ଭୁଏ ପ୍ରମୂଖ।ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ସୁଦାମ ଭୁଏ।