୨ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ବାସ୍ତବ ବ୍ୟୁରୋ: ଟ୍ରପ୍‌ ଲାଇନ ପ୍ରଭାବରେ ଖରା ପରେ ବର୍ଷା ହେବାକୁ ଥିବା ବେଳେ ୨ରୁ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ଼ ,ବରଗଡ଼ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ ସୁବର୍ଣ୍ଣପୁର, ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ତା ସାଙ୍ଗକୁ ୪୦ ରୁ ୫୦ କିମି ବେଗରେରେ ପବନ ବହିବାର ସମ୍ଭାବନା ରହିଛି । ଏହି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୩ ତାରିଖରେ ବର୍ଷାର ପରିମାଣ ବଢ଼ିବା ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସହ ୫୦ ରୁ ୬୦ ଡିଗ୍ରୀ କିମିରେ ପବନ ବହିବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଏହି ୯ ଜିଲ୍ଲାକୁ କୁଆପଥର ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବରଗଡ଼, ସୋନପୁର ବଲାଙ୍ଗୀର, ନୂଆପଡା ଓ ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

୪ ତାରିଖରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ  ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଗାମୀ ୫ ତାରିଖ ଯାଏଁ ବର୍ଷା ହେବ ।

ସେୟାର କରନ୍ତୁ

Next Post

୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ ଓଏସଏପି ଷଷ୍ଠ ବାଟାଲିୟନ କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ....

Wed Apr 2 , 2025
ସଂଜୟ ଶତପଥୀ(କଟକ): ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”।ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର […]

You May Like

Pin It on Pinterest