ନ୍ୟାସନାଲ ହେରାଲ୍ଡ ଦୁର୍ନିତୀ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ…

 ଯୁବସମାଜ କଂଗ୍ରେସ ଦଳକୁ କେବେ କ୍ଷମା ଦେବେ ନାହିଁ
ଭୁବନେଶ୍ୱର୧୮/୦୪: ୫ହଜାରରୁ ଉର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ୍ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା ନେହେରୁ ପରିବାରର ବ୍ୟକ୍ତିଗତ ମାଲିକାନା ନଥିଲା । ଦେଶର ସ୍ୱାଧୀନତା ସଂଗ୍ରାମ ସେନାନୀଙ୍କ ବାର୍ତାକୁ ସାରାଦେଶରେ ପହଁଚାଇବା ଏହି ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଥିଲା ।

ଭାରତବର୍ଷର ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ ଜରିଆରେ ନ୍ୟାସନାଲ୍ ହେରାଲ୍ଡ ନିଜର ଶାଖା ପ୍ରଶାଖା ଖୋଲି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲା । ପରବର୍ତୀ ସମୟରେ ୯୦କୋଟି ଟଙ୍କାର ଆର୍ଥିକ ଋଣ ଦେଖାଇ ୨୦୦୮ ମସିହାରେ ଏହାକୁ କ୍ଷତି ଦର୍ଶାଇ ବନ୍ଦ କରିଦିଆଗଲା । କଂଗ୍ରେସର ତତ୍କାଳୀନ କୋଷାଧ୍ୟକ୍ଷ ମୋତିଲାଲ ଭୋରା ସେତେବେଳେ ଏହାର ନିର୍ଦ୍ଦେଶକ ଥିଲେ । ଅପରପକ୍ଷରେ ମାତ୍ର ୫୦ଲକ୍ଷ ଟଙ୍କା ଦେଇ ଏହି ସଂସ୍ଥାର ସମସ୍ତ ସମ୍ପତି ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଦିଆଗଲା । ଯାହାର ୩୮ପ୍ରତିଶତ ଅଂଶଧନ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ୩୮ ପ୍ରତିଶତ ଅଂଶଧନ ରାହୁଲ ଗାନ୍ଧୀଙ୍କର ଥିଲା । ଅର୍ଥାତ୍ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷେ୍ନା, ଭୋପାଳ ଓ ପାଟନା ଠାରେ ହଜାର ହଜାର କୋଟି ଟଙ୍କାର ସମ୍ପତିକୁ ନିଜ ନାମରେ କରିଦିଆଗଲା ।

ବହୁଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ ଦୁର୍ନୀତି’ର ପର୍ଦ୍ଦାଫାସ ହୋଇସାରିଛି । ଏହି ଘଟଣାରେ ଧରାପଡିବା ପରେ ମୋତିଲାଲଙ୍କ ସମେତ ପବନ ବଂଶଲ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କର।ଯାଇଛି । ଦଳର ନାମ ବ୍ୟବହାର କରି ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ ସହିତ ମାତ୍ର ୫୦ଲକ୍ଷ ଟଙ୍କାରେ ୫ହଜାର କୋଟି ଟଙ୍କାର ସମ୍ପତିକୁ ହାତେଇ ନେବା ଭଳି ଅଷ୍ଟମାଶ୍ଚର୍ଯ୍ୟ କରିଛି କଂଗ୍ରେସ ଦଳ । ଏହି ଖବର ସରବରାହ ସଂସ୍ଥାକୁ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ନିଜର ସମ୍ପତି ଭଳି ବ୍ୟବହାର କରିଛି । ଯୁବସମାଜ କଂଗ୍ରେସ ଦଳକୁ କେବେ କ୍ଷମା ଦେବେ ନାହିଁ ବୋଲି ବିଜେପି ଭାରତୀୟ ଜନତାପାର୍ଟି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।
ଏନେଇ ମାଷ୍ଟର କ୍ୟାଂଟିନ୍ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଭୋକ୍ଷ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଧାରଣା ଦେବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ଦେଶର ସମ୍ପତି, ଜମି ଓ ଧନ ଲୁଟ୍ କରିବାର ଅଧିକାର କାହାକୁ ଦିଆଯାଇନାହିଁ । ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଅତ୍ୟନ୍ତ ନିର୍ଲଜ କାମ କରୁଛି କଂଗ୍ରେସ ଦଳ । ଗତ ୪ବର୍ଷ ଧରି ନ୍ୟାସନାଲ ହେରାଲ୍ଡ ମାମଲା ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ସନ୍ତୋଷଜନକ ତଥ୍ୟ ଉପସ୍ଥାପନା କରିବା ପରିବର୍ତେ ଧାରଣା ଓ ପ୍ରଦର୍ଶନ କରାଉଛନ୍ତି ।

ଗତ ମଙ୍ଗଳବାର ଏହି ମାମଲାକୁ ନେଇ ଇଡି ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବା ପରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଷଡଯନ୍ତ୍ର କରି ହଜାର ହଜାର କୋଟି ଟଙ୍କାର ସମ୍ପତିକୁ ହଡପ କରିବାର ପ୍ରଚେଷ୍ଟା କରି କଂଗ୍ରେସ ଦଳ ବର୍ତମାନ ଧରାପଡିଛି । ଷଡଯନ୍ତ୍ରର ସମସ୍ତ ତଥ୍ୟ ଲୋକଲୋଚନକୁ ଆସିଛି । ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଏହି ଘଟଣାରେ ବର୍ତମାନ ଜାମିନରେ ଥିବା ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ଆଶ୍ୱସ୍ଥି ମିଳିଲାନାହିଁ

ଆସନ୍ତା ୨୧ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଥିବା କାରଣରୁ ବିଭ୍ରାନ୍ତ ଓ ବାଚଳାମୀ କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ‘ଇସ୍ୟୁ ଡାଇଭର୍ଟ’ କରିବାର ପ୍ରଚେଷ୍ଟା କରାଯାଉଛି । ମାମଲା କୋର୍ଟ ବିଚାରଧୀନ ଥିବାବେଳେ ମାନ୍ୟବର କୋର୍ଟଙ୍କ ରାୟକୁ ଧର୍ଯ୍ୟର ସହ ଅପେକ୍ଷା କରିବା ଦରକାର ।
କଂଗ୍ରେସ ଦଳର ଦୁର୍ନିତୀ, ଭ୍ରଷ୍ଟାଚାର, ଲୁଟ୍‌, ଶୋଷଣ କାହାକୁ ଅଛପା ନାହିଁ । ଅତୀତରେ ଏଭଳି ଘଟଣାରେ ସମ୍ପୃକ୍ତ ଏକାଧିକ କଂଗ୍ରେସ ନେତା ଗିରଫ ହୋଇ ଜେଲ ଯାଇଛନ୍ତି । ଗାନ୍ଧୀ ପରିବାର ପାଇଁ ଏହା ନୂଆ ନୁହେଁ । ଗାନ୍ଧୀ ପରିବାରର ଜଣେ ସଦସ୍ୟ ହରିୟାଣାରେ ୩କୋଟି ଟଙ୍କାରେ ଜମି କିଣି ୫୮କୋଟି ଟଙ୍କାରେ ବିକ୍ରି କରିଛନ୍ତି । ସରକାରୀ ଟଙ୍କାକୁ ଏଟିଏମ ଭଳି ବ୍ୟବହାର କରୁଥିଲା । ଏହି ପରିବାର କେବଳ ଦେଶ ଓ ସମାଜକୁ ଲୁଟିଛି । ଗରିବ ହଟାଓର ସ୍ଲୋଗାନ ଦେଇ ଗରିବଙ୍କୁ ଶୋଷଣ କରିଥିବାରୁ କଂଗ୍ରେସ ଆଜି ଏଭଳି ଦୁରାବସ୍ଥାର ସମ୍ମୁଖୀନ ହୋଇଛି । ଆଇନକୁ ସାହାଯ୍ୟ ଓ ସହଯୋଗ କରିବା ପରିବର୍ତେ ତଦନ୍ତକାରୀ ସଂସ୍ଥା ଇଡିକୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା, ରଜତ ନାୟକ, ଜ୍ୟୋତି ରଞ୍ଜନ ମିଶ୍ର, ନିହାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନା ଶିବିର ଉଦ୍ଘାଟିତ...

Fri Apr 18 , 2025
ବାସ୍ତବବ୍ୟୁରୋ(ପୁରୀ): ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଦୁଦୁୱଲା ଧର୍ମଶାଳା ପୁରୀ ଠାରେ ଶ୍ରୀଜଗନ୍ନାଥ ଚେତନା ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ସହସ୍ରାଧିକ ଚାରଣ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି […]

You May Like

Pin It on Pinterest