
ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ପରିସରରେ ଥିବା ଶ୍ରୀସାଇ ମନ୍ଦିର ପ୍ରାଙ୍ଗଣରେ ଓ.ପି.ପିଏନ୍.ବି, ଓଡ଼ିଶା ପକ୍ଷରୁ ରାଜ୍ୟରେ ଶିଶୁ ବାଟିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଲାଗି ଏକ ଆନ୍ଦୋଳନ ସଂଘ ସଭାନେତ୍ରୀ ଯୋଗସ୍ମିତା ଦାଶଙ୍କ ସଭାପତିତ୍ବ ବହୁ କର୍ମୀ ଙ୍କ ଯୋଗଦାନ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଆନ୍ଦୋଳନର ପ୍ରଥମ ବୈଠକରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ମନୋଜ ଖଟୁଆ, ଉପ-ସଭାନେତ୍ରୀ ଶ୍ରୀମତୀ ଅର୍ଷିତା ସାହୁ,ସହ- ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ସାହୁ ଙ୍କ ସହ ସଦସ୍ୟ ଶ୍ରୀ ଦିବ୍ୟଲୋଚନ ମହନ୍ତ, ଶ୍ରୀ ଖଗେଶ୍ବର ମହନ୍ତ, ଶ୍ରୀ ମିହିର କୁମାର ମଣ୍ଡଳ, ଶ୍ରୀ ରବିନ୍ ପ୍ରଧାନ, ଶ୍ରୀମତୀ ପ୍ରେମଲତା ଦାସ, ଶ୍ରୀମତୀ ସୁମିତ୍ରା ପ୍ରଧାନ, ଶ୍ରୀମତୀ ଅନିମା ସାମନ୍ତରାୟ ଓ ଶ୍ରୀମତୀ ପ୍ରୀତିମୟୀ ସାମନ୍ତରାୟ ଙ୍କ ସହ ସମଗ୍ର ଓଡ଼ିଶାରୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଦାସ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସହ ଗଣମାଧ୍ୟମ କୁ ନିଜ ପ୍ରତିକ୍ରିୟାରେ ଏହି ଆନ୍ଦୋଳନର ପ୍ରାରମ୍ଭିକ ପର୍ଯ୍ୟାୟ ବିଷୟରେ ଅବଗତ କରାଇଥିଲେ ଯେ ସରକାର ଙ୍କୁ ବାରମ୍ବାର ଭେଟି ଲିଖିତ ଓ ମୈାଖୂକ ଭାବେ ଅନୁରୋଧ କରିଥୂଲେ ଏବଂ ଶିଶୁ ବାଟିକା ନିଯୁକ୍ତି ହେବ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଆଶ୍ଵାସନା ପାଇଥୂଲୁ, କିନ୍ତୁ ଶେଷ ମୃହୁର୍ତ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ନକାରାତ୍ମକ ଆଶ୍ଵାସନା ହିଁ ଏହି ବିଦ୍ରୋହ ର ଭିତ୍ତିଭୂମି ସ୍ଥାପନ କରିଛି।
ଓଡ଼ିଶାରେ ବହୁ ବିଳମ୍ବ ରେ ଜାତୀୟ ଶିକ୍ଷାନୀତି -୨୦୨୦ କୁ ସରକାର ୨୦୨୫-୨୬ ବର୍ଷ ଠାରୁ ଶୁଭାରମ୍ଭ କରିଛନ୍ତି ଯାହାକି ଅନ୍ଯ ରାଜ୍ୟମାନଙ୍କରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି। ଏହାହିଁ “ବାଲ୍ ବାଟିକା” ବା ପ୍ରାକ୍ ପ୍ରାଥମିକ ଶିକ୍ଷା। ସରକାର ଏହି ନୀତି କୁ କାର୍ଯ୍ୟକାରୀ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କୁ ନିର୍ଦ୍ଦେଶ ଦେବା ପରେ ବିଭାଗ ର ଟାଳଟୁଳ ନୀତିରୁ ବହୁ DECE,ECCE,NTT ରେ କୃତକାର୍ଯ୍ୟ ହୋଇଥୂବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ବଞ୍ଚିତ ହେବା ସହ ସେମାନଙ୍କର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହି ଅନିଶ୍ଚିତତା କୁ ଆଖି ଆଗରେ ରଖି ସରକାର, ଶିକ୍ଷାମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗ ଏହି ଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଯଦି ସରକାର ଏହି ବିଷୟକୁ ଅଣଦେଖା କରନ୍ତି ତେବେ ଆଗାମୀ ଦିନରେ ଏହା ଏକ ଆନ୍ଦୋଳନାତ୍ମକ ରୂପ ନେବ ବୋଲି ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।