ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ…

ବରଗଡ଼୦୮/୦୫/୨୦୨୫(ନବୀନ କୁମାର ଦାଶ):ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ.ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଂଯୋଜନା ତଥା ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ଜୁନ ୧୧ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶୀକ୍ଷା‌ ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କୁ ନେଇ ଗୁରୁ ଭଗବାନ ସାହୁଙ୍କ ଉପରେ ପ୍ରବନ୍ଧ ଏବଂ ଡିବେଟ ପ୍ରତିଯୋଗିତା କରା ଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।ଏହି ଅବସରରେ ମେଟ୍ରିକ୍ ପରୀକ୍ଷାରେ ଟପ୍ପର ଶୁଶ୍ରୀ ବବିତା ରଥ ଏବଂ ଅନ୍ୟ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦଧିବାବନ ଶତପଥୀ,କୃଷ୍ଣ ଚନ୍ଦ୍ର ପଣ୍ଡା,ଯୁଗଳ ପ୍ରାସାଦ ସିଂ,ଡ଼.ରବିନାରାୟଣ ସାହୁ,ଯଶବୀର ସିଂ ସୈନୀ,ବିମଳ କୃଷ୍ଣ ମିଶ୍ର, ତୁଳସୀ ଚରଣ ଦାଶ, ଅଚ୍ୟୁତାନନ୍ଦ ବାରିକ,ରାଜ କିଶୋର ମହାରଣା,ଶିବାନନ୍ଦ ମଟାରି, ମନୋଜ ବାଗ ତଥା ନୂତନ ସଦସ୍ୟ ନବ କିଶୋର ଦାଶ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ପରି ଶେଷରେ ବରିଷ୍ଠ ସଦସ୍ୟ ଉଦ୍ଧବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ନୃସିଂହନାଥ ମନ୍ଦିର ଠାରେ ଗୁପ୍ତ ଗଙ୍ଗା ଆଳତି....

Thu May 8 , 2025
ନୃସିହନାଥ୦୮/୦୫/୨୫(ନବୀନ କୁମାର ଦାଶ):ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ପଡ଼ୋଶୀ ଛତିଶଗଡ଼ ଓ ଝାରଖଣ୍ଡ ଲୋକଙ୍କ ପାଇଁ ଗଙ୍ଗା କ୍ଷେତ୍ର ସଦୃଶ୍ୟ ଆସ୍ତା ବହନ କରିଥାଏ । ବହି ଯାଉଥିବା ପାପନାଶିନୀ ଝରଣା ଗନ୍ଧ ମାର୍ଦ୍ଧନର ପ୍ରକୃତିକ ପାଦ ଦେଶରେ ଅବସ୍ଥିତ ଏହି ପବିତ୍ର ପୀଠରେ ମାର୍ଜାର କେଶରୀ ରୂପରେ ପୂଜା ପାଉଛନ୍ତି ପ୍ରଭୂ ଶ୍ରୀ ହରି ବିଷ୍ଣୁ ଏବଂ ଏହି ପୀଠ ପାର୍ଶ୍ୱ ଦେଇ ବହି ଯାଇଛି […]

You May Like

Pin It on Pinterest