
ବରଗଡ଼(ନବୀନ କୁମାର ଦାଶ):ଧର୍ମ ପରାୟଣl ମହିଳା କୁମୁଦିନୀ ମହାପାତ୍ର ସ୍ୱର୍ଗତ ନବୀନ ମହାପାତ୍ର ଙ୍କ ଧର୍ମପତ୍ନୀ (ଗ୍ରୀନଡୋଳା,) ଙ୍କ ୱାର୍ଡ ନ ୧୮ ବାନ୍ଦୁ ଟିକ୍ରାବରଗଡ଼, ଆଜି ସକାଳ ବ୍ରହ୍ମ ମୁହୂର୍ତ୍ତ ରେ ଦୀର୍ଘ ଦିନର ଅସୁସ୍ଥତା ପରେ ଭୁବନେଶ୍ୱର ରେ ଚିକିତ୍ସାଧୀନ ଅବସ୍ଥା ରେ ଈହଧାମ ତ୍ୟାଗ କରିଛନ୍ତି।ତାଙ୍କର ପାର୍ଥିବ ଶରୀର କୁ ପୁରୀ ସ୍ୱର୍ଗ ଦ୍ଵାର ରେ ୨. ୬. ୨୦୨୫ ଶେଷ କୃତ୍ୟ ସମ୍ପନ୍ନ କରାଯିବାନେଇ ପରିବାର ଲୋକେ ସୁଚିତ କରିଛନ୍ତି।
କରୋନା ସମୟରେ ତାଙ୍କର ବଦାନ୍ୟତା ସହ ୧୦,୦୦୦ ଟଙ୍କା ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ବରଗଡ ରେ ସଂଗୃହିତ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ଦାନ କରି ଥିଲେ।ତାଙ୍କର ବରଗଡ଼ ସ୍ଥିତ ନିଜସ୍ୱ ବାସ ଭବନ ରେ ବାକି କାର୍ଯ୍ୟକ୍ରମ ସମାହିତ ହେବ।ତାଙ୍କର ଏହି ଅକାଳ ବିଯୋଗ ରେ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ପ୍ରମୋଦ ଝାଙ୍କର ତଥା ସଂଗଠନ ର ସଦସ୍ୟ ସଦସ୍ୟା,ବରଗଡ଼ ବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କର ପରିବାରରେ ପୁତ୍ର ସଞ୍ଜୟ,ବୋହୁ ରାକ୍ଷୀ,ନାତି ରେହାଂଶ,ନାତୁଣୀ ରିଆଂଶ,ଝୀଅ ରିତା,ମିତା, ଜୋଇଁ ବିଜୟ ଓ ଅଶୋକ ପୁରୀ ସ୍ୱର୍ଗ ଦ୍ୱାର ରେ ରହି ଶେଷ କୃତ୍ୟ ସମ୍ପନ୍ନ କରି ବରଗଡ଼ କୁ ଫେରିଛନ୍ତି।