ବୃଦ୍ଧା ବାପାଙ୍କୁ ଘରକୁ ଫେରାଇ ନେବାପାଇଁ ବୃଦ୍ଧାଶ୍ରମରେ ପରିବାର…

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ)ପୁଅ ଜନ୍ମରେ ହସିଉଠେ ମୁଖ୍ୟତ ଦୁଇଟି ପରିବାର,ପୁଅର ଅଲି ଅଝଟ ବାପ ମା’ଙ୍କ ଜୀବନର ପରିପୂର୍ଣ୍ଣତା ଆସେ |ହେଲେ ସେ ପୁଅ ବାପା ହେବାପରେ ବାପ ପରହୋଇଯାଏ | ବାପା କୁ କେବଳ ବାପା ମାନେ ବୁଝି ପାରନ୍ତି |ବର୍ତ୍ସମାନ ପିଢିଙ୍କ ପାଇଁ ବାପା ଡାଡି ହେଇଯିବାପରେ,ଜୀବନର ଅପରାହ୍ନରେ ବାପାମାନେ ନିରୋଳାରେ କେବଳ ଲୁହ ଗାଡ଼ାଇବା ସାର |

କହିବାର ତାତ୍ପର୍ଯ୍ୟ ଏମିତି ଏକ ବାପାଙ୍କୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଘରଛାଡି ଭୁବନେଶ୍ୱର ରୁ ଚାଲି ଚାଲି ଆସି ଥିବା ବୃଦ୍ଧ ବାପାଙ୍କୁ ନେବା ପାଇଁ ବୃଦ୍ଧା ଶ୍ରମରେ ପହଂଚିଲେ ପରିବାର ସଦସ୍ୟ। ସୂଚନା ମୁତାବକ ଦୁଇ ଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ଏକ ଖବର ପ୍ରସାରଣ କରାଯାଇଥିଲା ଯେଉଁଥିରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହଉସିଂ ବୋର୍ଡ଼ କଲୋନି ଅଞ୍ଚଳର ଜଣେ ୮୮ ବର୍ଷର ବୃଦ୍ଧ ନିଜ ଘରୁ ନିଜ ସନ୍ତାନ ମାନଙ୍କ ଉପରେ ଅଭିମାନ କରି ଘର ଛାଡି ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଚାଲି ଚାଲି ଆସୁଥିବା ବେଳେ ତାଙ୍କୁ କିଛି ସ୍ବେଚ୍ଛାସେବୀ ସେଠାରୁ ଉଦ୍ଧାର କରି ଚନ୍ଦନପୁର ସ୍ଥିତ ନିଳାଦ୍ରୀ ନୀଳୟ ବୃଦ୍ଧାଶ୍ରମ ରେ ଛାଡିଥିଲ।

ଏହି ଖବର ବିଭିନ୍ନ ଟିଭିରେ ପ୍ରସାରଣ ହେବା ପରେ ଏହାର ପ୍ରଭାବ ଆଜି ଚନ୍ଦନପୁର ସ୍ଥିତ ନିଳାଦ୍ରୀ ନୀଳୟ ରେ ଦେଖିବାକୁ ମିଳିଥିଲା।ଆଜି ୮୮ ବର୍ଷୀୟ ବୃଦ୍ଧ ଭଗବାନ ସାହୁ ଙ୍କୁ ଭେଟି ତାଙ୍କୁ ଘରକୁ ଫେରାଇ ନେବାକୁ ଆସିଛନ୍ତି ତାଙ୍କ ୩ ପୁଅ ,ବୋହୂ ଓ ସ୍ତ୍ରୀ ତିଳୋତମା ଏବଂ ତାଙ୍କ ପରିବାର ର ଅନ୍ୟାନ୍ୟ ସଦସ୍ୟ । ପ୍ରଥମେ ସ୍ତ୍ରୀ ଓ ବୋହୁମାନେ ଭଗବାନ ଙ୍କୁ ପ୍ରଣାମ କରିଥିଲେ ଓ ତାଙ୍କ ହାଲଚାଲ ବୁଝିଥିଲେ।ବାପା ଙ୍କ ବୟସ ବୃଦ୍ଧି ଯୋଗୁ ବାପା ଏମିତି ବହୁତ ଥର କାହାକୁ କିଛି ନକହି ଘର ଛାଡ଼ି କେଉଁଆଡ଼େ ପଳାନ୍ତି ଓ ଆମେ ତାଙ୍କୁ ଖୋଜାଖୋଜି କରି ପୁଣି ଘରକୁ ଫେରାଇ ଆଣୁ ଆଜି ଆମେ ଆସିଛୁ ଆମ ବାପାଙ୍କୁ ପୁଣି ଫେରାଇ ନେବୁ ଆମ ଘରକୁ।

ଆମ ବାପା ଙ୍କୁ ଆମେ କେଭେ ଭି ପରକରିନଥିଲୁ କି କଭେ ଭି ଅସଂମାନ କରିନୁ ଆମ ବାପା ଆମର।ବୋଲି କହିଛନ୍ତି ବଡ଼ପୁଅ ଦିଲ୍ଲୀପ ରଂଜନ ସାହା ଓ ସାନ ବୋହୁ ରଶ୍ମି ରାଣୀ।ଏପଟେ ଅଭିମାନ କୁ ଜାବୁଡି ଧରି ନିଜ ଜିଦ ରେ ଅଟଳ ରହିଛନ୍ତି ବୃଦ୍ଧ ଭଗବାନ।ସେ କହିଛନ୍ତି ମୋର କିଛି ଦାବି ରହିଛି।ଯଦି ମୋ ପିଲାମାନେ ମୋ ଦାବି ରଖିବେ ତେବେ ମୁଁ ଆଜି ନୁହେଁ ମତେ ଯେବେ ଭଲ ଲାଗିବ ସେବେ ମୁଁ ମୋ ସ୍ୱ ଇଚ୍ଛା ରେ ଘରକୁ ଯିବି।ଶେଷରେ ଯିବାବେଳେ ପରିବାର ସଦସ୍ୟ ଙ୍କୁ ଖୁସିରେ ଖୁସିରେ ଟା ଟା କରି ବିଦା କଲେ ଭଗବାନ।

ତେବେ ବୟସର ଅପରାହ୍ନ ରେ ଛିଡା ହୋଇଥିବା ବୃଦ୍ଧ ଭଗବାନଙ୍କୁ ଖୋଜି ଖୋଜି ନିଜର ଭୁଲ କୁ ବୁଝି ଘରକୁ ଫେରାଇ ନେବାକୁ ଆସିଥିବା ନିଜର ସନ୍ତାନ ଙ୍କୁ ଘରକୁ ଫେରିବାକୁ ମନାକରି ଦେଲେ ଭଗବାନ ।ତେବେ ଭଗବାନ କେଭେ ତାଙ୍କ ରାଗ ଓ ଅଭିମାନ କୁ ଛାଡି ହସ ଖୁସି ଘରକୁ ଫେରିବେ ନା ନିଜ ଜିଦ ରେ ଅଟଳ ରହି ଜଗାକୁ ଆଶରା କରି ବାକି ଜିବନ ବୃଦ୍ଧାଶ୍ରମ ରେ କାଟିବେ ତାହା ଦେଖିବାକୁ ବାକି ରହିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଧଳା ଜହର ମାଫିଆ ମାନଙ୍କ ପାଇଁ କୋକୁଆ ଭୟ....

Sun Jul 25 , 2021
ଭଦ୍ରକ:(ଶୁଭ୍ରକାନ୍ତ ଶୁଭ୍ରକାନ୍ତ )୨୫/୦୭:- ଦିନକୁ ଦିନ ସମାଜରେ ନିଶା ବ୍ୟାପାର ବଢ଼ିବାରେ ଲାଗିଛି ତାହାର ଫାଇଦା ଉଠାଇ ଏ ଯୁବ ସମାଜ ନିଶାସେବନ ଓ ନିଶାକାରବାରରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି |ପ୍ରତ୍ବେକ ଦିନ ଗଣମାଧ୍ୟମ ଜରିଆରେ ବ୍ରାଉନ ସୁଗାର ହେଉ ବା ମଦ ବହୁଳ ମାତ୍ରାରେ ଜବତ କରାଯାଉଛି | ୨୦୨୧ମସିହାରେ ଭଦ୍ରକ ଜିଲ୍ଲାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ବହୁଳ ମାତ୍ରାରେ ଧଳା ଜହର ଜବତ ହୋଇଛି […]

You May Like

Pin It on Pinterest