କଟକ ଉଠାଦୋକାନୀକୁ ଥଇଥାନ ଓ ଭେଣ୍ଡିଂଜୋନ ଦାବିରେ ସାଂସଦଙ୍କୁ ଦାବିପତ୍ର

ସଂଜୟ ଶତପଥୀ(କଟକ):କଟକ ସହରର ଉଠାଦୋକାନୀଙ୍କୁ ଉଛେଦ ନକରି ଥଇଥାନ ଓ ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସାକ୍ଷାତ କରି ଆଜି ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି ।

ସାଂସଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କ୍ଷମତାସୀନ କମିଟି ୨୦୨୪ ମସିହା ସେପ୍ଟେମ୍ବର ମାସରେ କଟକର ବିଭିନ୍ନ ମାର୍କେଟ ଗସ୍ତ କରି ପ୍ରାୟ ଆଠଗୋଟି ସ୍ଥାନରେ ଯଥା : ରାଣୀହାଟ, ବାଦାମବାଡ଼ି, ପ୍ରେସଛକ, ମଧୁପଟଣା ଓ ଓଏମପି ପ୍ରଭୃତି ସ୍ଥାନରେ ୬୦୦ ଭେଣ୍ଡିଂ ଜୋନ ପାଇଁ ପ୍ରସ୍ତାବ ନିଆଯାଇଥିଲା । ମାତ୍ର ଦୁଃଖର କଥା ଏଯାବତ ପ୍ରସ୍ତାବ କାର୍ଯ୍ୟକାରି ହୋଇ ନ ଥିବା ବେଳେ ଉଛେଦ କାର୍ଯ୍ୟକୁ ପ୍ରଶାସନ ଚାଲୁ ରଖିଛନ୍ତି ।ଯଦ୍ୱାରା ଉଠାଦୋକାନୀମାନେ ଜୀବିକା ହରାଇ ଦୟନୀୟ ସ୍ଥିତିରେ ଦିନ କାଟୁଥିବା ସାଂସଦଙ୍କୁ ଅବଗତ କରାଯାଇଥିଲା ।

ମହାସଙ୍ଘ ପକ୍ଷରୁ ଦାବିପତ୍ର ଗ୍ରହଣକରି ସାଂସଦ ଶ୍ରୀ ମହତାବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ମାର୍ଗ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ମହାସଙ୍ଘ ପକ୍ଷରୁ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି, ରମାକାନ୍ତ ନାଏକ, ସିଡିଏ ଆବାହକ ନରୋତ୍ତମ ଦାସ, ରାଣୀହାଟର ରତ୍ନାକର ସାହୁ, ରବୀନ୍ଦ୍ର ସାହୁ, ବାଦାମବାଡ଼ିର ଛବି ଖୁଣ୍ଟିଆ, ପ୍ରେସଛକର ସନ୍ତୋଷ ସାହୁ, ବାପୁ ଖାନ, ସୁକାନ୍ତ ବାରିକ, ଆଡ଼ଭୋକେଟ ପ୍ରସନ୍ନ ମହାପାତ୍ର, ଝୋପଡ଼ପଟି ନେତା ବୃନ୍ଦାବନ ଦାସ ଆଜାଦ, ସମାଜର ପୂର୍ବତନ ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର ଓ ଓଡିଶା ନବନିର୍ମାଣ ବିକାଶମଞ୍ଚ କେନ୍ଦ୍ରୀୟ ସଭାପତି ତଥା ମହାସଙ୍ଘ ଉପଦେଷ୍ଟା ଆଡ଼ଭୋକେଟ ଡକ୍ଟର ଜ୍ଞାନଗୁରୁ ଦାସ ପ୍ରମୁଖ ଦାବି ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର...

Tue Jun 3 , 2025
ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା ଏବଂ ଅତିରିକ୍ତ […]

You May Like

Pin It on Pinterest