ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ……….

ବାସ୍ତବ ବ୍ୟୁରୋ: ଆଜି ୬୭ ବର୍ଷରେ ପାଦ ଥାପିଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି, “ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ”।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। ଜନସେବା, ସାମାଜିକ ନ୍ୟାୟ ଏବଂ ଦେଶର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ସାହସ ପ୍ରଦାନ କରେ ଏବଂ ଆଶାର କିରଣ। ସେ ସର୍ବଦା ଗରିବ ଏବଂ ବଞ୍ଚିତଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି। ମୁଁ ତାଙ୍କର ଦୀର୍ଘ ଜୀବନ କାମନା କରୁଛି।”

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, “ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଭାରତର ଗଣତନ୍ତ୍ରର ଶକ୍ତିକୁ ପ୍ରତିଫଳିତ କରେ। ମୁଁ ତାଙ୍କୁ ରାଷ୍ଟ୍ର ସେବାରେ ଦୀର୍ଘ, ସୁସ୍ଥ ଏବଂ ପରିପୂର୍ଣ୍ଣ ଜୀବନ କାମନା କରୁଛି।”

ସୂଚନାଯୋଗ୍ୟ, ୧୯୫୮ ମସିହା ଆଜିର ଦିନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡ଼ିଶା କ୍ୟାବିନେଟରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଦ୍ରୌପଦୀ ମୁର୍ମୁ ୨୦୨୨ରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସେହିପରି ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରବତୀ ପରିଡା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ଟ୍ୱିଟ୍‌ରେ ଲେଖିଛନ୍ତି: “ଓଡିଶା ଭୂମିର ମାତୃଶକ୍ତିର ପ୍ରତୀକ, ଆମର ଗର୍ବ ଏବଂ ଗୌରବ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣଙ୍କ ଜୀବନ ସଂଘର୍ଷ, ସମର୍ପଣ ଏବଂ ସଫଳତାର ଏକ ଅସାଧାରଣ ଉଦାହରଣ। ଏକ ସାଧାରଣ ଆଦିବାସୀ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା ସମସ୍ତ ଦେଶବାସୀଙ୍କ ପାଇଁ ବହୁତ ପ୍ରେରଣାଦାୟକ। ଦେଶ ପ୍ରତି ଆପଣଙ୍କ ସରଳତା, କର୍ତ୍ତବ୍ୟ ଏବଂ ସମର୍ପଣ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ। ଏହି ଶୁଭ ଅବସରରେ, ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି। ଆପଣଙ୍କ ନେତୃତ୍ୱରେ ଭାରତ ପ୍ରଗତି ଜାରି ରଖୁ।”

ସେୟାର କରନ୍ତୁ

Next Post

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା'ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ....

Fri Jun 20 , 2025
ବରଗଡ଼୨୦/୦୬(ନବୀନ କୁମାର ଦାଶ):ଲୋକଙ୍କ ସରକାରରେ ଗରିମାମୟ ହେଉଛି ଓଡ଼ିଆ ଅସ୍ମିତା, ଓଡ଼ିଶାର ବରପୁତ୍ରଙ୍କୁ ମିଳୁଛି ସମ୍ମାନ।ଲୋକଙ୍କ ସରକାରଙ୍କ ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ୧ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶାର କୃଷି,ଶକ୍ତି,ସଡ଼କ ଏବଂ ଗମନାଗମନ ଆଦି କ୍ଷେତ୍ରରେ ଉନ୍ନତି ନିମିତ୍ତ ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର […]

You May Like

Pin It on Pinterest