ଉଡାନ୍ ଯୋଜନାରେ ସାମିଲ ହେଉ ସତୀଭଟା ଏୟାରଷ୍ଟ୍ରିପ୍ :ସାଂସଦ ପ୍ରଦୀପ ପୁରୋହିତ…

ବରଗଡ୨୧/୦୭(ନବୀନ କୁମାର ଦାଶ):କେନ୍ଦ୍ର ସରକାର ଙ୍କ ଉଡାନ୍ ଯୋଜନାରେ ସତୀ ଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରି ବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି।ପଦ୍ମପୁରରେ ଥିବା ସତୀଭଟା ଏୟାରଷ୍ଟ୍ରିପ୍କୁ ନେଇ ସାଂସଦ ତୃତୀୟ ଥର ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି।

ଏହାସହ ଝାରସୁଗୁଡ଼ା ଏୟାରପୋର୍ଟର ସମ୍ପ୍ରସାରଣ ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ।କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଭେଟି ପଶ୍ଚିମ ଓଡ଼ିଶା ହିତରେ ଏହି ଦୁଇ ବଡ଼ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ। ପୂର୍ବରୁ ଚଳିତବର୍ଷ ଏପ୍ରିଲ ୨ ତାରିଖରେ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ସମାନ ଦାବି ରଖିଥିଲେ । ଦୃଢ଼ ସାମାଜିକ ଓ ଅର୍ଥନୈତିକ ଏବଂ ଜରୁରୀକାଳୀନ ଆବଶ୍ୟକ ତା ଥିବା ପୂର୍ବରୁ ସୂଚାଇଥିଲେ ମଧ୍ୟ ଉପରୋକ୍ତ ବିଷୟ ଉପରେ ଚୂଡାନ୍ତ ପ୍ରତିକ୍ରିୟା କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ କୌଣସି ଅପଡେଟ୍ ବିଭାଗ ତରଫରୁ ମିଳିନାହିଁ ବୋଲି କହିଛନ୍ତି ବରଗଡ଼ ସାଂସଦ।

ନୃସିଂହନାଥ ରହିଛି ସତୀଭଟା ଏୟାରଷ୍ଟ୍ରିପ୍।ଆଂଚଳିକ ବିମାନ ଗମନାଗମନ ସହ ଆଂଚଳିକ ପର୍ଯ୍ୟଟନ କ୍ଷେତ୍ର ଓ ଅର୍ଥନେତିକ ଅଭିବୃଦ୍ଧିରେ ଏହା ବେଶ ଗୁରୁତ୍ୱ ବହନ କରେ ଏହି ଅଂଚଳ।ଉଡାନ୍ ଯୋଜନା ରେ ସତୀଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରାଗଲେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଏହା ପ୍ରବେଶ ଦ୍ୱାର ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ।ସେହିଭଳି ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ବିମାନ ବନ୍ଦର ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ରହିଛି।ହେଲେ ସକାଳ ଓ ସଂଧ୍ୟା ସମୟରେ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯିବା ପାଇଁ କୌଣସି ବ୍ୟବସ୍ଥା ବା ସୁବିଧା ନାହିଁ।ଯାହା ଦ୍ୱାରା ଅନେକ ସଂଖ୍ୟାରେ ବ୍ୟବସାୟୀ,ପ୍ରଶାସନିକ ପରି ଚାଳକ ଓ ଜରୁରୀ ମେଡ଼ିକାଲ ସେବାରୁ ବଂଚିତ ହେଉଛନ୍ତି।ଏହି ଅଂଚଳର ଲୋକସଂଖ୍ୟା ବୃଦ୍ଧି ଓ ଶିଳ୍ପାଂଚଳକୁ ନଜରରେ ରଖି ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟଣା,ହାଇଦ୍ରାବାଦ୍ ଓ କୋଲକାତା ଭଳି ମେଟ୍ରୋ ସ୍ଥାନ କୁ ପ୍ରତିଦିନ ବିମାନ ଚଳାଚଳ ପାଇଁ ଦାବି ରଖିଛନ୍ତି ଶ୍ରୀ ପ୍ରଦୀପ ପୁରୋହିତ।ଏସବୁ ଦିଗରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବଶୀଘ୍ର ଏ ଦିଗରେ ତ୍ୱରୀତ ପଦକ୍ଷେପ ନେବାକୁ ବେସାମରିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବରଗଡ଼ ସାଂସଦ।

ସେୟାର କରନ୍ତୁ

Next Post

ଦୁଷ୍କର୍ମ ମାମଲାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗିରଫ ହେବା ପ୍ରସଙ୍ଗ....

Mon Jul 21 , 2025
କଂଗ୍ରେସ ଦଳର ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି: ଅଭିଳାଷ ପଣ୍ଡା ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଦିତ୍‌ଙ୍କ ଅସଲ ଚେହେରା ପଦାରେ ପଡିଛି ମହିଳାଙ୍କୁ ନ୍ୟାୟ ପାଇଁ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି ବହୁ ଅପରାଧିକ ମାମଲାରେ ଜଡ଼ିତ ଥିଲେ ଉଦିତ୍‌ ନୈତିକକା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କ ଟୁଇଟ୍‌କୁ ଅପେକ୍ଷା ରହିଲାଭୁବନେଶ୍ୱର(ନି.ପ୍ର)୨୧/୦୭: ଜଣେ […]

You May Like

Pin It on Pinterest