
ଵରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ସଭା ଗୃହ ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ରାଜ୍ୟ ମହିଳା ସଂଘ ପକ୍ଷରୁ ଏକ ସାଂଗଠାନିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି।
ସଂଘ ମୂଖ୍ୟ ସଂଯୋଜକ ଚନ୍ଦ୍ର ଶେଖର ବାଗ ଙ୍କ ଆବାହକତ୍ତ୍ୱବଧାନରେ ଓ ସଭାନେତ୍ରୀ ବାୟୁଶ୍ରୀ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ଅଧ୍ୟାପିକା ଝରଣା ବିଶ୍ଵାଳ,ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ଉପଲାଟ ସଭାପତି ହୃଷୀକେଶ ବରିହା ମୂଖ୍ୟ ଅତିଥି, ପାଟଣା ଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝି ମୂଖ୍ୟ ବକ୍ତା, ମହିଳା ସଂଘ ଉପସଭାନେତ୍ରୀ କଲାବତୀ ବରିହା,କୋଷାଧ୍ୟକ୍ଷା ସୀତୟା ବାଗ,ବରଗଡ଼ ଜିଲ୍ଲା , ସାଧାରଣ ସଂପାଦକ ଆଶାରାମ ବାଗ ,ବଲାଙ୍ଗୀର ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା, ସଂପାଦକ ଗନ୍ଧର୍ବ ବରିହା, ମିଡ଼ିଆ ସେଲ ସଂଯୋଜକ ଗୋରେଖନାଥ ବରିହା,କଳାହାଣ୍ଡି ଜିଲ୍ଳା ସଭାପତି ସଂପଦ ବରିହା, ସଂପାଦକ ସୁରୁ ବରିହା,ନୂଆ ପଡ଼ା ପୂର୍ବତନ ଜିଲ୍ଲା ସଭାପତି ତୁଳସୀ ବରିହା,ଯୁବ ଜିଲ୍ଲା ସଭାପତି ବାବୁଲାଲ ବରିହା, ବରଗଡ଼ ସହଦେବ ଜାଳ,ଖପ୍ରା ଖୋଲ ବ୍ଳକ ସଭାପତି ଚନ୍ଦ୍ର ଶେଖର ବରିହା,ଯୁଗଳ କିଶୋର ବରିହା,ପଦ୍ମପୁର ସଭାପତି କରୁଣାକର ବରିହା,ନୂଆପଡା ସଭାପତି ପ୍ରେମାନନ୍ଦ ବରିହା ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା,ବିପିନ ବରିହା,ଶୈଳସୂତା ଦେବ ବରିହା,ଶଶ୍ମିତା ବରିହା, ସଙ୍ଗୀତ ନାଗ,ଶାନ୍ତି ବରିହା, ସପନୀ ବରିହା ,ପ୍ରେମାନନ୍ଦ ବରିହା,ହେମାଙ୍ଗିନୀ ବରିହା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍କାନିକ ଭାବେ ଉଦଘାଟନ କରିଥିଲେ।ପ୍ରାରମ୍ଭିକ ସଙ୍ଗିତ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା।ନାରୀ ମାନଙ୍କର ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର , ଦୁଷ୍କର୍ମ ଭଲି ଅନେକ ଅମାନୁଷିକ ବର୍ବରତା,ଘରୋଇ ହିଂସା,ଘଟଣା ଘଟୁଛି।କିପରି ତାହା ସମାଜ ରେ ହ୍ରାସ ପାଇବ ସେନେଇ ସଚେତ ନତା ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।ପୁରୁଷ ସମାଜ ମାନସିକତା ପରିବର୍ତ୍ତନ ହେବା ସାଙ୍ଗେ ସହଯୋଗ କରିବା ନିତାନ୍ତ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ।
ବିଞ୍ଝାଲ ଭାଷା ପରସ୍ପର ମଧ୍ୟରେ କଥା ବାର୍ତ୍ତା ହେବା ଏବଂ ପ୍ରଚଳିତ କରିବା ଜିଜ୍ଞାସା ରଖି କାମ କରିଵା,ସତମାର୍ଗ ସମାଜ ସେବା ରେ ସମର୍ପିତ ହେବା,ନିଶା ରୁ ଦୁରେଇ ରହିଲେ ହେଁ ସମାଜ ଆଗେଇ ଯିବା ନାରୀ କେବଳ ସଜାଗ ରହିଲେ ହେବା ନାହିଁ ପୁରୁଷ ସମାଜ ହିଁ ଭାଗିଦାରିତା ସହଯୋଗ ରହିବା ନିତାନ୍ତ ଆବଶ୍ୟକତା ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହି ଥିଲେ।ନୂଆପଡାର ସମାଜ ଝିଅ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମହିଳା ସଂଘ ସଦସ୍ୟା ପିଙ୍କି ନେଗି,ମଞ୍ଜୁଲତା ବରିହା , ଶଶ୍ମିତା ବରିହା, ଅଲିଭା ବାଗ,ଚନ୍ଦ୍ରିକା ବରିହା,କବିତା ଦେବ ବରିହା,ଭୂମିସୂତା ଭୁଏ , ପୁଷ୍ପାଞ୍ଜଳି ବରିହା,ସନ୍ତୋଷିନୀ ବରିହା ପପିତା ବିଞ୍ଝାଲ,ସୁଭଦ୍ରା ବରିହାଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। ତୁଷାରକାନ୍ତ ବରିହା,ସୁରେଶ ବରିହା ନିତ୍ୟାନନ୍ଦ ବରିହା ଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ।ଶତାଧିକ ସଂଯୋଜକ ଶ୍ରୀବାଗ ସଭା ପରିଚଳନା କରିଥିବା ବେଳେ ସଭାନେତ୍ରୀ ଶ୍ରୀମତୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।