ସମ୍ବଲପୁରୀ ଦିନ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ….

ବରଗଡ଼୦୧/୦୮(ନବୀନ କୁମାର ଦାଶ):ଗ୍ରୀଷ୍ମ ପ୍ରବାହ ଯାଇ ବର୍ତ୍ତମାନ ବର୍ଷା ମାସ ଆସିଲା ସତ କିନ୍ତୁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ରହିଛି।ଏହି ରକ୍ତା ଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ତରଫ ରୁ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କର ଜନ୍ମ ଦିନ ସ୍ମୃତି ତଥା ସମ୍ବଲପୁରୀ ଦିନ ଅବସର ରେ ବରଗଡ଼ ରକ୍ତ ଭଣ୍ଡାର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ସମ୍ବାନିତ ଅତିଥି ଭାବରେ ନିଷ୍ଠା ପରିବାର ର ଉପ ସଭାପତି ସଚି ପଣ୍ଡା ତଥା ବିଶିଷ୍ଟ ହାସ୍ୟ କବି ସଚି ପଣ୍ଡା ଓ ଆଲ୍ଲାଦିନୀ ଭୋଇ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ସମସ୍ତ ରକ୍ତ ଦାତା ମାନଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ। ଏହି ଶିବିର କୁ ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଉପ ସଭାପତି ଆଶିଷ କର,ରାତ୍ର ପ୍ରଧାନ,ମାନସ ମେହେର ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୂପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ଏଣିକି ଡିଜିଟାଲ ମୋଡ଼ରେ ଫାଇଲ କାର୍ଯ୍ୟ…

Sat Aug 2 , 2025
କେନ୍ଦ୍ରାପଡ଼ା(ରାଜେଶ ମହାନ୍ତି)୦୨/୦୭:ଏଣିକି ଆଉ କାଗଜ ଫାଇଲ ଦେଖିବାକୁ ମିଳିବ ନାହିଁ ଡିଜିଟାଲ ମୋଡରେ କାର୍ଯ୍ୟ କରିବ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ।ବ୍ଲକ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି।ଏହାକୁ ଓସ୍ଵାସ( ଓଡିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) କୁହାଯାଏ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସମସ୍ତ ଜିଲ୍ଲା […]

You May Like

Pin It on Pinterest