ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଫୋରମ୍ ପକ୍ଷରୁ ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ -ଅତିରିକ୍ତ ଉପ-ଜିଲ୍ଲାପାଳ(ସାଧାରଣ)…

କଟକ(ସଂଜୟ ଶତପଥୀ):ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜନୈକ କନିଷ୍ଠ ସହାୟକ ଶ୍ରୀ ଅଜିତ୍ କୁମାର ମହାରଣା ଙ୍କ ବିରୁଦ୍ଧରେ ଦୁର୍ନୀତି ର ଏକ ଅଭିଯୋଗ ପତ୍ର ଫୋରମ୍ ର ସଭାପତି ଶ୍ରୀ ବସନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ପ୍ରସାଦ ରାଉତରାୟ ଓ ସମ୍ପାଦକ ଶ୍ରୀ ବିଶ୍ଵରଞ୍ଜନ ମହାପାତ୍ର ଙ୍କ ଜରିଆରେ କଟକର ମାନନୀୟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ରଖାଯାଇଥିଲା।

ଏହି ଦାବୀପତ୍ର କୁ କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ (ଭା.ପ୍ର.ସେ) ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିବା ସହ ଏହି ଘଟଣା ର ତଦନ୍ତ କରିବାକୁ କଟକର ମାନନୀୟ ଉପ-ଜିଲ୍ଲାପାଳ ଶ୍ରୀ ଶିବ ଟପ୍ନୋ ଙ୍କୁ ଦାୟିତ୍ଵ ଦେଇଥିଲେ। ତଦନ୍ତ ବେଳେ ତଦନ୍ତକାରୀ ଅଧିକାରୀ ମାନନୀୟ ଉପ-ଜିଲ୍ଲାପାଳ ଦୁଇ ପକ୍ଷଙ୍କୁ ନୋଟିସ ଜାରି କରିବା ସହ ଶ୍ରୀ ଅଜିତ କୁମାର ମହାରଣା ଙ୍କୁ ନିଜର ନିର୍ଦ୍ଦୋଷତା ର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗକାରୀ ଙ୍କୁ ଅଭିଯୋଗ ର ସମସ୍ତ ପ୍ରମାଣ ସହ ହାଜିରା ହେବାକୁ ନୋଟିସ ଜାରି କରିଥିଲେ।

କିନ୍ତୁ ଶ୍ରୀ ମହାରଣା ନିଜର ନିର୍ଦ୍ଦୋଷତା ର ପକ୍ଷ ରଖୂଥୂବା ବେଳେ ଅଭିଯୋଗକାରୀ ଙ୍କ ପକ୍ଷରୁ ବାରମ୍ବାର ସମୟ ନେବା ଏବଂ ସଠିକ୍ ଭାବରେ ଅଭିଯୋଗର ପ୍ରମାଣ ଦାଖଲ ନ ହେବା କାରଣରୁ ତଦନ୍ତକାରୀ ଅଧିକାରୀ ଏହି ଅଭିଯୋଗ କୁ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ନିଜ ରାୟରେ ସ୍ପଷ୍ଟ କରିବା ସହ ଅଭିଯୋଗ କୁ ଖାରଜ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ମିଥ୍ୟା ଅଭିଯୋଗ କରିଥୂବା ବିରୁଦ୍ଧରେ ଆଗାମୀ ପଦକ୍ଷେପ କ’ଣ ବୋଲି ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀ ମହାରଣା କିଛି କହିବାକୁ ମନା କରିଦେଇଥିଲେ।

ସେୟାର କରନ୍ତୁ

Next Post

ସ୍ବତନ୍ତ୍ର ଶିକ୍ଷକ ଚୟନ ପରୀକ୍ଷା OSTET ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ଦାବି....

Thu Aug 7 , 2025
ବରଗଡ଼୦୬/୦୮(ନବୀନ କୁମାର ଦାଶ):ବୋର୍ଡ଼ ଅଫ ସେକେଣ୍ଡାରୀ,ଓଡ଼ିଶା (BSE, Odisha )ଙ୍କ ଅପାରଗତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଗତ ତା:୨୦.୦୭.୨୦୨୫ ରବିବାର ଦିନ ହେବାକୁ ଥିବା ସ୍ବତନ୍ତ୍ର ଶିକ୍ଷକ ଚୟନ ପରୀକ୍ଷା ବା OSTET ପ୍ରଶ୍ନପତ୍ର ଶନିବାର ମଧ୍ୟ ରାତ୍ରରେ ପଦାରେ ପ୍ରଘଟ ହୋଇଥିଲା ଏବଂ ପରୀକ୍ଷା କୁ ରାତାରାତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇ ଥିଲା।ଆସନ୍ତା ରବିବାର ରେ ହେବାକୁ ଥିବା ପରୀକ୍ଷା ପାଇଁ ଅସନ୍ତୋଷ ର […]

You May Like

Pin It on Pinterest