
କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର ଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଅଗଷ୍ଟ ୧୩ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ କଟକ ର ଚୌଧୁରୀବଜାର ସ୍ଥିତ ମାରୁତି ମଣ୍ଡପ ଠାରୁ ଏକ ଭବ୍ୟ ବିଶାଳ ପଦଯାତ୍ରା ବାହାରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମସ୍ଥଳୀ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହା ସମସ୍ତ ହିନ୍ଦୁ ଜାତିକୁ ଜାଗ୍ରତ କରିବାର ପ୍ରୟାସ ବୋଲି ସଭାପତି ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଏହି ପଦଯାତ୍ରା ତଥା ହିନ୍ଦୁ ଜାଗରଣ କାର୍ଯ୍ୟକ୍ରମ ରେ ବହୁ ସାମାଜିକ ଅନୁଷ୍ଠାନ,ଯୁବ ସଂଗଠନ, ଯୁବକ ସଂଘର ସଦସ୍ୟମାନେ ସ୍ବତଃ ପ୍ରବୃତ୍ତ ଭାବେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ପାତ୍ର ସମସ୍ତ ଙ୍କୁ ଏହି ପଦଯାତ୍ରାରେ ସାମିଲ୍ ହୋଇ ନେତାଜୀଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରତାପ ସ୍ବାଇଁ, ଶ୍ରୀ ରଘୁନାଥ ବାରିକ, ଶ୍ରୀ ପ୍ରଶାନ୍ତ ପରିଡ଼ା, ଶ୍ରୀମତୀ ରୋଜାଲିନ ଦାସ ଓ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମଙ୍ଗରାଜଙ୍କ ସହ ବହୁ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।



