ଉଠାଦୋକାନୀଙ୍କ ଆତ୍ମହତ୍ୟା ଉଦ୍ୟମ :ମହାସଙ୍ଘର ଗଭୀର ଉଦବେଗ

କଟକ(ସଂଜୟ ଶତପଥୀ)୧୨/୮: ସିଡିଏ ସେକ୍ଟର-6 ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ(38) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି ।

କଟକ ଉଠାଦୋକାନୀ ମହାସଙ୍ଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ପରିବାର ସୂତ୍ରରୁ ପ୍ରକାଶ ଯେ, ଦୀର୍ଘଦିନ ହେବ ଉଛେଦ ପ୍ରକ୍ରିୟା ଜାରି ରହିବାରୁ ପୁଲିସର ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି।ଜିତେନ୍ଦ୍ର ବୃତ୍ତିଗତ ଭାବେ ଜୟପ୍ରକାଶ ନାରାୟଣ ପାର୍କ ଛକ କଡରେ ଆଳୁଦମ ଓ ଦହିବରା ଦୋକାନ ଦୀର୍ଘ ୧୫ବର୍ଷ ହେଲା କରି ପରିବାର ଚଳାଇ ଆସୁଥିଲେ । ମାତ୍ର ଦୋକାନ ବନ୍ଦ ହେବାରୁ ହାତ ଉଧାର ବଢ଼ି ଯିବାରୁ ପରିବାର ଚଳାଇବା କଷ୍ଟକର ହେଲା ।

ତେଣୁ ପୁଲିସର ବାରମ୍ବାର ମାନସିକ ନିର୍ଯ୍ୟାତନା ଓ ହାତଋଣ ବୃଦ୍ଧି ଯୋଗୁଁ ଜିତେନ୍ଦ୍ର ଚରମ ନିଷ୍ପତ୍ତି ନେଇଥିବାର କୁହାଯାଉଛି ।ଯଦି ଉଛେଦ ପ୍ରକ୍ରିୟା ବନ୍ଦ ନ ହୁଏ, ତେବେ ଜିତେନ୍ଦ୍ର ଭଳି ବହୁ ଉଠାଦୋକାନୀ ଆତ୍ମହତ୍ୟା କରିପାରନ୍ତି ବୋଲି ମହାସଙ୍ଘ ସଭପତି ଆଡ଼ଭୋକେଟ ଶ୍ରୀ ମହାନ୍ତି ସରକାରଙ୍କୁ ସତର୍କ କରିଛନ୍ତି ।ଭବିଷ୍ୟତରେ ଯଦି ଆଇନି ଶୃଙ୍ଖଳା ବାଧାପ୍ରାପ୍ତ ହୁଏ, ତେବେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଦାୟୀ ରହିବେ ବୋଲି ମହାସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେୟାର କରନ୍ତୁ

Next Post

ଅସ୍ତିତ୍ବ ପକ୍ଷରୁ ବାଙ୍କୀ ରେ ବିଶ୍ୱ ହସ୍ତୀ ଦିବସ ପାଳିତ...

Wed Aug 13 , 2025
କଟକ(ସଂଜୟ ଶତପଥୀ)୧୨/୦୮:-ଆଜି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ବ ‘ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ବାଙ୍କୀ ର ଗୟଲବାଙ୍କ, କଇଁମୁଣ୍ଡି, ଭଗିପୁର, ବାରଙ୍ଗ, ଭରତପୁର, ଅନ୍ଧାରୁଆ ଠାରେ ପାଳିତ ହୋଇଯାଇଛି।ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳିତ କରି କହିଥିଲେ କି, ହାତୀ ଆମ ସାଥି ତାହାର ସୁରକ୍ଷା ଆମ ଦାୟିତ୍ୱ।ନୂତନ ଜଙ୍ଗଲ ସୃଷ୍ଟି ଜୈବ ବିବିଧତା ରେ ହାତୀ ର […]

You May Like

Pin It on Pinterest