
କଟକ(ସଂଜୟ ଶତପଥୀ)୧୨/୦୮:-ଆଜି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ବ ‘ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ବାଙ୍କୀ ର ଗୟଲବାଙ୍କ, କଇଁମୁଣ୍ଡି, ଭଗିପୁର, ବାରଙ୍ଗ, ଭରତପୁର, ଅନ୍ଧାରୁଆ ଠାରେ ପାଳିତ ହୋଇଯାଇଛି।
ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳିତ କରି କହିଥିଲେ କି, ହାତୀ ଆମ ସାଥି ତାହାର ସୁରକ୍ଷା ଆମ ଦାୟିତ୍ୱ।ନୂତନ ଜଙ୍ଗଲ ସୃଷ୍ଟି ଜୈବ ବିବିଧତା ରେ ହାତୀ ର ଭୂମିକା ମହତ୍ତ୍ୱପୂର୍ଣ୍ଣ ଅଟେ ।ତେଣୁ ହାତୀକୁ ମଧ୍ୟ ପରିବେଶ ଯନ୍ତ୍ରୀ ଭାବେ ଗ୍ରହଣ କରାଯାଇଛି। ଆମ ଅଞ୍ଚଳ ରେ ହାତୀ ଅଭୟାରଣ୍ୟ ଡମପଡା -ଚନ୍ଦକା ଅବସ୍ଥିତ। ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଯଥା ଢେଙ୍କାନାଳ, ଅନୁଗୁଳ, ତାଳଚେର ଆଦି ବହୁ ଅଞ୍ଚଳ ରୁ ଆଠଗଡ଼ ଶୁକାସନ ଜଙ୍ଗଲ ଦେଇ ମହାନଦୀ ପାର ହୋଇ କଟକ -ବାଙ୍କୀ ରାସ୍ତା ଦେଇ ଚନ୍ଦକା ଜଙ୍ଗଲ କୁ ଯାଆନ୍ତି ହାତୀମାନେ।
ସେଠାରୁ ସେମାନେ ଖୋର୍ଦ୍ଧା ହୋଇ ବାଣପୁର ଦେଇ ବିଭିନ୍ନ ଅଞ୍ଚଳ କୁ ଯାତାୟତ କରନ୍ତି। ଦୈନିକ ହାତୀ ୧୮ଘଣ୍ଟା ଚଲାବୁଲା କରିପାରେ। ପରିବେଶ ସନ୍ତୁଳନ ରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ।ଆମେ ସମସ୍ତେ ଆଜିର ଦିବସ ରେ ସଂକଳ୍ପ ନେବା ହାତୀ ସୁରକ୍ଷା କରିବା ସେମାନଙ୍କ କୌଣସି ହାନି ନଘଟୁ ଏହାହିଁ ଆମ ସଂକଳ୍ପ ହେବା ଜରୁରୀ।
ଏହି କାର୍ଯ୍ୟକ୍ରମ ରେ ବିଶେଷ ଅତିଥି ଭାବେ କଇଁମୁଣ୍ଡି ଫାଣ୍ଡି ଅଧିକାରୀ ମଦନ ମୋହନ ମଲ୍ଲିକ ଯୋଗ ଦେଇ ଜନସାଧାରଣ ଙ୍କୁ ହାତୀ ଜଙ୍ଗଲ, ପରିବେଶ ଏବଂ ମାନବ ସଭ୍ୟତା ପ୍ରତି କେତେ ଗୁରୁତ୍ୱପୂର୍ଣ ତାହା ବୁଝାଇ ଥିଲେ।ପରିଶେଷରେ ହାତୀ ସୁରକ୍ଷା ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଦେବୀ ପ୍ରସାଦ ପଣ୍ଡା,ପରିବେଶ ପ୍ରେମୀ ଅମିତ କୁମାର ସାହୁ, ସମାଜ ସେବୀ ପ୍ରତୀକ ମିଶ୍ର, ଦୀପନ ମହାନ୍ତି ସହଯୋଗ କରିଥିଲେ।



