ଏଥର ପାର୍ବଣରେ:ବାଜା-ବାଣ ଉପରେ କଟକଣା,ଇଲେକ୍ଟ୍ରିକ୍ ଗେଟ୍‌ ମନା….

କଟକ(ସଂଜୟ ଶତପଥି):ଏଥର ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ କଟକଣା।ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି ।

କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ୍ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ତେବେ ପୂଜା ଲାଗି ଗେଟ୍ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ । ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ କଡା ଦେଇଛନ୍ତି ।

ସେୟାର କରନ୍ତୁ

Next Post

ଅନଲାଇନ ଗେମିଂ ବିଲ୍ କୁ ମିଳିଲା ରାଷ୍ଟ୍ରପତି ଙ୍କ ସିକୃତି....

Sat Aug 23 , 2025
ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଓ ଗେଜେଟ୍ ନୋଟିଫିକେସନ ପରେ ଏହା ଆଇନରେ ପରିଣତ ହୋଇଛି। ଆଗରୁ ସଂସଦର ଉଭୟ ଗୃହରେ ଏହା ଗୃହୀତ ହୋଇଥିଲା । ଆଇନ ହେବା ପରେ ଡ୍ରିମ ୧୧, ଗେମସ ୨୪X୭ ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବ। ମିଡିଆର କୌଣସି […]

You May Like

Pin It on Pinterest