ଏଣିକି ୧୪ ଦିନ ନୁହେଁ ୨୮ ଦିନ ଯାଏଁ ସଂଗରୋଧରେ ରହିବେ ପ୍ରବାସୀ ଓଡ଼ିଆ ।

ବାସ୍ତବ ବ୍ୟୁରୋ– ଏଣିକି ୧୪ ଦିନ ନୁହେଁ ୨୮ ଦିନ ଯାଏଁ ସଂଗରୋଧରେ ରହିବେ ପ୍ରବାସୀ ଓଡ଼ିଆ । ୧୪ ଦିନର କ୍ୱାରେଣ୍ଟାଇନ ମଧ୍ୟରେ ରୋଗର ଲକ୍ଷଣ ଜଣାପଡୁ ନଥିବାରୁ ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ୨୮ ଦିନ ମଧ୍ୟରୁ ୨୧ ଦିନ ସଂଗରୋଧରେ ଦିନ ବିତାଇବାକୁ ପଡ଼ିବ । କିନ୍ତୁ ବାକି ୭ ଦିନ ଘରେ ସଙ୍ଗରୋଧ ପାଳନ କରିବାକୁ ହେବ । ସଂଗରୋଧ କେନ୍ଦ୍ରକୁ ବାହାର ଲୋକ ଯାଇପାରିବେ ନାହିଁ । ସଂଗରୋଧ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ଏବଂ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ଶ୍ରୀ ବାଗଚୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ୨୧ ଦିନ ସଂଗରୋଧରେ ରହିବା ପ୍ରବାସୀମାନଙ୍କ ମନକୁ ବିଚଳିତ କରିପାରେ । ଏହି ସମୟକୁ ନେଇ କିଛି ପ୍ରବାସୀ ବିରକ୍ତି ପ୍ରକାଶ ମଧ୍ୟ କରିପାରନ୍ତି । କିନ୍ତୁ ଏହା ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଭଲ । ଆମେ ପାଠ ପଢ଼ିବା ସମୟରେ ବିଭିନ୍ନ କ୍ୟାମ୍ପରେ ଦିନ ବିତାଇଛେ । ଯଥା ଏନସିସି ଓ ଏନସିସି ଶିବିରରେ ଆମକୁ ରହିବାକୁ ପଡ଼ିଛି । ଶିବିରରେ ଥିବା ସମୟ ମଧ୍ୟରେ ଘର କଥା ଭାବିବାକୁ ନ ଥିଲା । ଶିବିରରେ ଆମକୁ ବଭିନ୍ନ ବିକାଶ ମୂଳକ କାମ କରିବାକୁ ପଡୁଥିଲା ।

ସେ ଏହା ମଧ୍ୟ କହିଛନ୍ତି ଯେ, ସଂଗରୋଧରେ ଥାଇ ଯୋଗ କରିହେବ ଏବଂ ଟିଭି ମଧ୍ୟ ଦେଖିହେବ । ସରକାର ଚାହୁଁଛନ୍ତି ଯେ, ସଂଗରୋଧରେ ରହୁଥିବା ଲୋକେ ବିକାଶମୂଳକ କାମ କରନ୍ତୁ । ଇଚ୍ଛୁକ ବ୍ୟକ୍ତି କାମ କରିପାରିବେ । ସ୍କୁଲର କାମ କରିପାରିବେ । ଗଛ ଲଗାଇପାରିବେ, ରଙ୍ଗାକାମ କରିପାରିବେ । ଯେଉଁମାନେ ଠିକ ଭାବେ କାମ କରିିବେ ସେମାନଙ୍କୁ ୧୫୦ ଟଙ୍କା ଦୈନିକ ପାରିଶ୍ରମିକ ମିଳିବ । ପ୍ରତିଟି ଲୋକଙ୍କୁ ୧୦ ଦିନ କାମ ଦିଆଯିବ । ଠିକ ଭାବରେ କାମ କରିଥିବା ଲୋକଙ୍କ ୨୦୦୦ ଟଙ୍କା ବ୍ୟତୀତ ଏହି ପାରିଶ୍ରମିକ ପାଇବେ ।

ସବୁଠାରୁ ବଡକଥା ହେଉଛି ଯେ ସଙ୍ଗରୋଧ କେନ୍ଦ୍ର ଆଖପାଖରେ ୧୪୪ ଧାରି ଜାରି ହେବ । ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବାକୁ ୧୪୪ ଜାରି ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିବିଏସ୍ଇର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧-୧୫

Fri May 8 , 2020
ବାସ୍ତବ ବ୍ୟୁରୋ- ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ । ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ […]

You May Like

Pin It on Pinterest