ଅଟଳ ଫେଷ୍ଟ ମହିଳା ସମାବେଶ ଦ୍ୱତୀୟ ଦିବସ…

କଟକ(ସଂଜୟ ଶତପଥୀ):ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ “ ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,କଟକରେ ତିନି ଦିନ ଧରି ଚାଲିବାକୁ ଥିବାବେଳେ, ଆଜି ଦ୍ୱତୀୟ ଦିବସରେ ମୁଖ୍ୟଅତିଥି ଭାବେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ମହିଳା କମିଶନର ଚେୟାରପରସନ ଶୋଭନା ମହାନ୍ତି ଏବଂ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ର ଚେୟାରପରସନ ବବିତା ପାତ୍ର ଯୋଗଦେଇ ଆଶାଦିଦି ମାନଙ୍କୁ ଉତ୍ସାହିତ କରିଥିଲେ।

ପୂର୍ବତନ କର୍ପୋରେଟର, ବିଜେପି ନେତା ତଥା ଅଟଳ ସ୍ମୃତି କମିଟିର ପ୍ରତିଷ୍ଠାତା ଓ ଅଧକ୍ଷ ଶ୍ରୀ ଚିତ୍ତରଂଜନ ଦାସଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶା ଦିଦି ସମାବେଶ ଓ
ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।୭ ସେପ୍ଟେମ୍ବରରେ ଅଙ୍ଗନୱାଡି ଦିଦି, ସ୍ଵଚ୍ଛ ସାଥୀ ସମାବେଶ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହା ପରେ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀମାନଙ୍କୁ କୌଣସି ପଂଞ୍ଜୀକୃତ ଅର୍ଥ ଦେବାକୁ ପଡ଼ିନଥିଲା। ବିଜେତାମାନଙ୍କୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଅଟଳ ଓଡିଶା ଆଇକନ୍ ଆୱାର୍ଡ ସମାରୋହରେ ପୁରସ୍କୃତ କରାଯିବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଅଟଳ ସ୍ମୃତି କମିଟିର ସଭାପତି- ପ୍ରହଲ୍ଲାଦ ଖଣ୍ଡେଲୱାଲ, ସାଧାରଣ ସଂପାଦକ- କିଶୋର ମହାନ୍ତି, ରଶ୍ମିତା ମିଶ୍ର, ଗୀତା ଦାଶ, ଗୀତାଞ୍ଜଳୀ ବେହୁରା ,କଳ୍ପନା ପଟ୍ଟନାୟକ,ଚନ୍ଦ୍ର ଶେଖର ବିଶ୍ଵାଳ, ସ୍କନ୍ଦନ ମହାନ୍ତି, ବିଜୟ ମହାରଣା, ସୁମନ୍ତ ସାହୁ , ପୁଷିତା ମହାପାତ୍ର, ମଧୁସ୍ମିତା ରାୟ ଚୌଧୁରୀ,ସୁଜାତା ଭରଦ୍ୱାଜ,ମାନସୀ ଦାସ,ସ୍ଵର୍ଣଲତା ସେଠୀ,ଅମ୍ବିକା ଦାସ,ଲୋପା ମିଶ୍ର,ମନୋରମା ଦାସ,ସୁଶାନ୍ତ ସାହୁ,ସୁଶୀଲ ସ୍ୱାଇଁ,ସଦାନନ୍ଦ ବିଶ୍ଵାଳ,ଶର୍ମିଲା ରାଉତରାୟ ,ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ।

ସେୟାର କରନ୍ତୁ

Next Post

ଆଜି ରାତିରେ ଚନ୍ଦ୍ରଗ୍ରହଣ ରାତି ୯ଟା ୫୮ରେ ଆରମ୍ଭ ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ...

Sun Sep 7 , 2025
ଭୁବନେଶ୍ୱର(ନି.ପ୍ର): ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛିଏହି ଚନ୍ଦ୍ରଗ୍ରହଣ।ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି।ତେଣୁ କେତେବେଳେ କଣ କରିବେ, ଖାଇବାକୁ ନେଇ କଣ କହୁଛନ୍ତି ଜ୍ୟୋର୍ତିବିଦ ନବକିଶୋର ମିଶ୍ର ଯାଣନ୍ତୁ। ରବିବାର ରାତିର ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ ।ସେପ୍ଟେମ୍ୱର ୭ ତାରିଖ ଆଜି ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ରାତି ୯ଟା ୫୮ ମିନିଟରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା […]

You May Like

Pin It on Pinterest